Srimandir
ଆଜି କାର୍ତ୍ତକ ପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବା ସୁନାବେଶ । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି । ସଅଳ ନୀତି ଯୋଗୁ ସୁନାବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଉଛି ।
Advertisment
ରାତି ୧୨ଟା ୧୫ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତୀ, ଅବକାଶ, ମଇଲମ ଆଦି ନୀତି ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିଲା । ଭୋର ୪ଟା ୩୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଥିଲା । ତେବେ ଏହା ୫ଟା ୪୦ରେ ଶେଷ ପରେ ଭକ୍ତ ମାନେ ଶ୍ରୀଜିଉଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି । ଦିନ ୨ଟା ୩୮ ମିନିଟ୍ରେ ଶ୍ରୀମନ୍ଦିର ବନ୍ଦ କରାଯାଇ ଗ୍ରହଣ ଛାଡ଼ିବା ପରେ ଖୋଲିବ ଶ୍ରୀମନ୍ଦିର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)