ମରିଚିକୋଟ ଛକର ଏଇ ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ । ୧୨ ମିଟର ଚୌଡ଼ା, ୮୪ ମିଟର ଲମ୍ବ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ।
ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ । ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ପବିତ୍ର ପଞ୍ଚକର ପ୍ରଥମ ଦିନରେ ଗୋଟେ ପଟେ ଜଗା ଦୁଆରରେ ଦର୍ଶନାଭିଳାଷୀ ଭକ୍ତଙ୍କ ଲମ୍ବା ଲାଇନ୍ ଆର ପଟେ ପ୍ରଭୁଙ୍କ ନାମ ସଂକୀର୍ତ୍ତନ, ନୃତ୍ୟଗୀତ ସହ ଭାବ ଭକ୍ତିରେ ବୁଡ଼ିଯାଇଛି ପୁରୀ ବଡ଼ଦାଣ୍ଡ ।
କାଲିଠାରୁ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ । ଏହି ୫ଦିନ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ କରାଯିବାର ପରମ୍ପରା ରହିଛି । ସେହି ବେଶ ଦର୍ଶନ ପାଇଁ ଆଜିଠୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଶ୍ରଦ୍ଧାଳୁଙ୍କ ସୁଅ ।
୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।
ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି ।
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।
ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି ।
ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।
କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।
କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..
ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର ।
ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ
ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍ ନୁହଁ। ନୀତି ସବ୍ କମିଟି ବୈଠକ ପରେ ଗତକାଲି ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତଙ୍କ ପରିଧାନକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏ ସୂଚନା ପରେ ଭକ୍ତ ମହଲରେ ବହୁ ଚର୍ଚ୍ଚା, ଆଲୋଚନା ।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।
ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।
ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।
ବାସ୍ତବରେ ସମଗ୍ର ଓଡ଼ିଶାରେ ଏହାର ମୂଳ ନାଁ ସପ୍ତପୁରୀ ଅମାବାସ୍ୟା । ବାର ମାସରେ ତେର ପର୍ବ ଆଧାରରେ ଏହା ମଧ୍ୟ ଗୋଟିଏ ପର୍ବ । ଭାଦ୍ରବ ଅମାବାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାବାସ୍ୟା ରୁପେ ପରିଚିତ । ଏହି ଦିନ ଆମ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୁଏ । ଯାହା ୭ ପ୍ରକାର ପୂର ଦେଇ ପ୍ରସ୍ତୁତ ହୋଇଥାଏ ।
ବିବାଦ ତୁଟାଇବାକୁ ନୀତି ପ୍ରଶାସକଙ୍କ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳ ଆଳତୀ ପରେ ଆଗକୁ ବଢ଼ିପାରୁନି ନୀତିକାନ୍ତି ।
ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।
ପୂର୍ବରୁ ଶ୍ରୀମନ୍ଦିରରେ ନିର୍ଦ୍ଦିଷ୍ଟ ସମୟରେ ଦିନକୁ ୫ ଥର ପରିମାଣିକ ଦର୍ଶନ ସହ ୬ ଥର ସାହାଣମେଲା ଦର୍ଶନ ଚାଲୁଥିଲା । ହେଲେ କେତେକ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୧୬ ଜାନୁଆରୀ ୨୭ରୁ ପରିମାଣିକ ଟିକେଟ୍ ଦର୍ଶନ ବନ୍ଦ ରହିଛି ।
ଦୁଆର ବନ୍ଦ, ଦର୍ଶନ ବନ୍ଦ। ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି। ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି।