ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ବନକଲାଗି ନୀତି ।
ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।
ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।
ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ।
୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର । ଭକ୍ତଙ୍କ ଭାବାବେଗକୁ ଯେପରି କାହାର କିଛି ଖାତିର ନାହିଁ । କେହି କାହା ଜିଦ୍ଦି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ନୀତି ସବକମିଟି ବୈଠକରେ ବି ମହାପ୍ରଭୁଙ୍କ ବନକଲାଗି ବିବାଦରେ ପଡିପାରିଲାନି ପୂର୍ଣ୍ଣଚ୍ଛେଦ । ଆସନ୍ତା ୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । ତେଣୁ ଆଗାମୀ ଗୁରୁବାର ବନକଲାଗି ପାଇଁ ଆମେ ପ୍ରଶାସନକୁ ନିବେଦନ କରିଛୁ ।
ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା ଦାବିରେ ଅଟଳ ଅଛନ୍ତି । ତେଣେ ଜିଲ୍ଲା ପ୍ରଶାସନ କହିଛି- ପରିକ୍ରମା ପ୍ରକଳ୍ପ କାମ ସରିଲେ ସମସ୍ତଙ୍କ ମତାମତ ନିଆଯାଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।
ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।
କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ ।
ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।
ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ?
ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି ।
ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।
ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ।
୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପହରା ଓ ସିସିଟିଭି ନିରୀକ୍ଷଣରେ ହେବ ରୁପା ଛାଉଣି।
ବିଗ୍ରହ ପ୍ରତିଷ୍ଠା ସରିଲା, ବେଙ୍ଗାଲୁରୁରେ ଖୁବଶୀଘ୍ର ଭବ୍ୟ ମନ୍ଦିରରେ ଦର୍ଶନ ଦେବେ ପ୍ରଭୁ ଶ୍ରୀଜଗନ୍ନାଥ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।
ଦରିଆପାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।
ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କହୁଛନ୍ତି...ଧୂପ ଦେଇ ଘରେ କାଳିଆର ବନ୍ଦାପନା କରୁଛନ୍ତି। ଆଉ କହୁଛନ୍ତି, ଜୀବନ ଥିବା ପର୍ଯ୍ୟନ୍ତ ଜଗା ପାଖରେ ହେବି ସମର୍ପିତ । ଜୀବନ କେମିତି ନୂଆ ଜୀବନ ପାଇଲେ ତାହା ସେହି ହିଁ କହିପାରିବେ। କାଳିଆର ଇଏ ବିଚିତ୍ର ଲୀଳା ନୁହେଁ ତ ଆଉ କଣ? ଗୁଳି ବେକରେ ବାଜିବା ପରେ ବି ବଞ୍ଚିଯାଇଛନ୍ତି ଜୀବନ
ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।
ଅସମ୍ଭାଳ ଭି଼ଡ଼... ଅବ୍ୟବସ୍ଥିତ ବନ୍ଦୋବସ୍ତ.. ଅସ୍ତବ୍ୟସ୍ତ ଜନତା..। ଗଲା ଦୁଇ-ତିନି ଦିନ ଧରି ଶ୍ରୀକ୍ଷେତ୍ରରେ ଅନିୟନ୍ତ୍ରିତ ଭିଡ଼ ପାଇଁ କଲବଲ ହେଉଛନ୍ତି ଜଗା ଦର୍ଶନ ପାଇଁ ଆସୁଥିବା ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଗତକାଲି ବାଇଶି ପାହାଚରେ ଠେଲାପେଲାରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲେ ମୟୂରଭଞ୍ଜର ୯ ଜଣ ହାଇସ୍କୁଲ୍ ଛାତ୍ରୀ । ଆଉ ମଙ୍ଗଳବାର ବି ଥିଲା ସମାନ ପରାସ୍ଥିତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଅସମ୍ଭାଳ ଭିଡ଼ ସିଂହଦ୍ୱାର ନିକଟରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍ ବଢି ବଢି ମରିଚିକୋଟ୍ ଛକ ଟପିଛି ।