/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671112153.jpg)
Old women spotted collecting sand from grand road in Puri
ମହାପ୍ରଭୁ ଜଗନ୍ନାଥ ଏ ଜାତିର ଠାକୁର। ପ୍ରତିଟି ଓଡ଼ିଆଙ୍କ ହୃଦୟର ସେ ଆରାଧ୍ୟ ଦେବତା। ମହାପ୍ରଭୁଙ୍କୁ ଦେଖିଲେ ସବୁ ଦୁଃଖ କଷ୍ଟ ଲାଘବ ହୋଇଯାଏ। ମହାପ୍ରଭୁଙ୍କ ପାଇଁ ରଥଯାତ୍ରା ଆଉ ତାଙ୍କରି ପାଇଁ ଜୀବନ ଯାତ୍ରା ସବୁ ସମ୍ଭବ। ତାଙ୍କ ବିନା ଏଠି ପତ୍ରଟିଏ ବି ହଲେ ନାହିଁ। ସେ ପରା ହର୍ତ୍ତା.. କର୍ତ୍ତା... ସେ ପରା ଦଇବ ବିଧାତା। ଆଉ ଏଇ କଥାକୁ ଯିଏ ବୁଝିଛି, ସିଏ ଜାଣିଛି। ତୋ ଦରଶନ ପଛେ ନମିଳୁ.... ତୋ ନିର୍ମାଲ୍ୟ ପଛେ ନମିଳୁ... ଦେରେ କାଳିଆ ତୋ ବଡ଼ଦାଣ୍ଡର ଧୂଳି।
Advertisment
ଅଧିକ ପଢ଼ନ୍ତୁ: ସେବାୟତ ହେଲେ ବି ସିଂହଦ୍ୱାରରେ ମୋବାଇଲ ଥୋଇବାକୁ ବାଧ୍ୟ
ବଡ଼ଦାଣ୍ଡକୁ ଦୁଇ ବୁଢୀ ମାଉସୀ ଆସିଛନ୍ତି। ଜଗାର ଦରଶନ ନହେଉ ପଛେ କେତେ ଖୁସିରେ ପଣତକାନିରେ ନେଉଛନ୍ତି ଏ ଦାଣ୍ଡର ଧୂଳି । ଏ ଧୂଳି ପବିତ୍ର । ଏ ମାଟି ପବିତ୍ର । ଘରେ ରଖିକି ମୁଣ୍ଡରେ ବୋଳିବେ । ସବୁ ସେଇ ଜଗାର ଲୀଳା। ଯେଉଁ ଭକ୍ତ ଜଗା ଦର୍ଶନ ନପାଇ ମନ ଉଣା କରୁଥିବେ, ସେମାନେ ଏଇ ଦୁଇ ମାଉସୀଙ୍କ ଠାରୁ ଅନେକ କିଛି ଶିକ୍ଷା ଲାଭ କରିବେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)