କେଉଁ ତଥ୍ୟ ଆଧାରରେ ହେବ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି । ୧୯୭୮ ମସିହାର ତାଲିକାକୁ ଗୁରୁତ୍ୱ ଦିଆଯିବ ନା ପୁରୁଣା ତଥ୍ୟ ଉଖାରିବେ ରାଜ୍ୟ ସରକାର ଗଢ଼ିଥିବା ତଦାରଖ କମିଟି । ତେଣେ ବରିଷ୍ଠ ସେବକଙ୍କ ଦାବି କମିଟିରେ ଦେଉଳକରଣ ଓ ତଢଉ କରଣଙ୍କୁ ବି ସାମିଲ କରାଯାଉ । ଆଉ ଏସବୁ ଭିତରେ ଶ୍ରୀମନ୍ଦିର ଗର୍ଭଗୃହ ତଳେ ଆହୁରି ୨ଟି ରତ୍ନଭଣ୍ଡାର ଥିବା ଓ ଏହାକୁ ଶ୍ରୀମନ୍ଦିର ଗବେଷକ ବି ସମର୍ଥନ କରିବା, ସମସ୍ତଙ୍କୁ ଚମକାଇ ଦେଇଛି ।
ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।
କାହିଁକି ସାମ୍ନାକୁ ଆସୁନି ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ ? ଏମଆର ମଠର ଜିପିଆର ସର୍ଭେ ରିପୋର୍ଟ କାହିଁକି ହେଉନି ସାର୍ବଜନୀନ ? ପ୍ରଶ୍ନ ଉଠାଇ ଅସନ୍ତୋଷ ପ୍ରକାଶ କଲେ ସେବାୟତ ଓ ବୁଦ୍ଧିଜୀବୀ । ଖନନବେଳେ ଏମଆର ମଠରୁ ପ୍ରାପ୍ତ ପ୍ରାଚୀନ ସାମଗ୍ରୀର ସୁରକ୍ଷାକୁ ନେଇ ଚିନ୍ତା
ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ।
ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି ଭକ୍ତ ବିରକ୍ତ..
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ।
ମହାପ୍ରଭୁଙ୍କ ଭଣ୍ଡାର ଗୃହର ସ୍ଥିତି ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଲେଜର ସ୍କାନିଂ ସାରିଥିଲେ ବି ଏବେ ସୁଦ୍ଧା ଭଣ୍ଡାର ଗୃହର ସ୍ଥିତି ଏବଂ ଲେଜର ସ୍କାନିଂ ରିପୋର୍ଟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ସାଧାରଣରେ ଉଠିଛି ପ୍ରଶ୍ନ..
କଣ କହୁଛି ASIର ଲେଜର ସ୍କାନିଂ ରିପୋର୍ଟ ? ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ନା ଦୟନୀୟ ? କେବେ ଖୋଲାହେବ ମହାପ୍ରଭୁଙ୍କ ଧନରତ୍ନ ଗୃହ ?
ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ। କାଲି ରାତିରେ ପହୁଡ଼ ନହୋଇ ଅନିଦ୍ରା ରହିଲେ ଦିଅଁ। ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ। ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ। ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ, ପ୍ରଶାସନ କହିଛି ଅତି ବେଶିରେ କାଲି ସୁଦ୍ଧା ସବୁ କାମ ସରିଯିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।
ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି ।
ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର ।
ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।
ନୂଆବର୍ଷ ଭିଡ଼କୁ ଦେଖି ଗତକାଲି ରାତି ୧୨ଟା ୪୦ରେ ଦ୍ୱାର ଫିଟା ପରେ ଗୋଟାଏ ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତଙ୍କ ଭିଡ଼ ଲାଗିଥିଲା।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ଜାନୁଆରୀ ପହିଲାରୁ ସମ୍ପୂର୍ଣ୍ଣ ନୂଆ ଢାଞ୍ଚାରେ ଶ୍ରୀମନ୍ଦିର ସାମ୍ନାରେ ହେବ କାଳିଆ ଦର୍ଶନ ବ୍ୟବସ୍ଥା। ଆଉ ରହିବନି ପୁରୁଣା ବ୍ୟାରିକେଡ, ଶୀତତାପ ନିୟନ୍ତ୍ରିତ ଟନେଲ୍ ଦେଇ ଭକ୍ତ ମନ୍ଦିରକୁ ପ୍ରବେଶ କରିବେ।
ନୂଆବର୍ଷରୁ ନୂଆ ଢାଞ୍ଚା । ହଟିଯିବ ପୁରୁଣା ବ୍ୟାରିକେଡ୍ । ଏସି ଟନେଲରେ ରହିବ ସେଡ୍ । ଆସନ୍ତା ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ସଂପୂର୍ଣ୍ଣ ନୂଆ ଦର୍ଶନ ପ୍ରଣାଳୀ ।
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା..ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ ଭିତରେ ହିଁ ଝାଡା କରିଦେଲେ ଜଣେ ଭକ୍ତ..
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।
ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ ।