• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଦ୍ରୋହ ଆଉ ଅସହମତି । ବିଜେଡିର ୩୩ଟି ଯାକ ସାଙ୍ଗଠନିକ ଜିଲ୍ଲା ପାଇଁ ଛିଣ୍ଡିଲାନି ସଭାପତି ଅଙ୍କ। ୧୮ ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ବାକି ୧୫ଟିରେ କାହିଁକି ଅସହମତି ଦେଖାଦେଇଛି ତାକୁ ନେଇ ପ୍ରଶ୍ନ । ପୂର୍ବରୁ ଏଭଳି କେବେ ଦେଖାଦେଇ ନଥିବା ବେଳେ ବିପର୍ଯ୍ୟୟ ପରେ କିନ୍ତୁ ଆଶାୟୀ ଆଉ ଦଳପତିଙ୍କ ଆଦେଶକୁ ଖାତିର୍ କରୁନାହାଁନ୍ତି । ଯାହାକି ଫାଟୁଥିବା ସଂଗଠନ ଆଡ଼କୁ ଇସାରା କରୁଛି ।

ଅଧିକ ପଢ଼ନ୍ତୁ: ସମାଜବାଦୀ ପାର୍ଟିରେ ଯୋଗ ଦେବେ ଶ୍ରୀକାନ୍ତ ! ଅଖିଳେଶଙ୍କୁ ଭେଟିବା ପରେ ବଢିଲା ସମ୍ଭାବନା

ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି । କେହି କାହାରିକୁ ଛାଡିବାକୁ ନାରାଜ୍ । ବିପର୍ଯ୍ୟୟ ପରେ ବିଜେଡି ସ୍ଥିତି ଏବେ ସାଂଘାତିକ । ସାଙ୍ଗଠନିକ ନିର୍ବାଚନରୁ ସ୍ପଷ୍ଟ ହେଲାଣି ଗୋଷ୍ଠୀ କନ୍ଦଳ । କଟକରୁ କେନ୍ଦ୍ରାପଡ଼ା, ଭୁବନେଶ୍ବରରୁ ବାଲେଶ୍ବର..ସବୁଠି ଛବି ଗୋଳମାଳିଆ । ସମାଧାନର ସୂତ୍ର ବାହାର କରିବାକୁ ଶଙ୍ଖ ଭବନରେ ଘନ ଘନ ବୈଠକ ବସୁଛି । ଜିଲ୍ଲାର ତୁଙ୍ଗ ନେତୃତ୍ୱ ସହିତ ଆଲୋଚନା କରାଯାଉଛି । ମାତ୍ର ସହମତି ହୋଇପାରୁ ନଥିବାରୁ ଅନ୍ୟ ଜିଲ୍ଲା ସଭାପତିଙ୍କ ନାଁରେ ମୋହର ବାଜି ପାରିନି ।

ବିଶେଷ କରି କେନ୍ଦ୍ରାପଡ଼ାରେ ଅତନୁ ଗୋଷ୍ଠୀ ବନାମ୍ ଧ୍ରୁବ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧ୍ରୁବଙ୍କୁ କିଛି କେନ୍ଦ୍ରାପଡା ବିଧାୟକ ଓ ନେତା ସମର୍ଥନ କରୁଛନ୍ତି। ଏଠି ଅଂଶୁମାନ ମହାନ୍ତି ବି ରେସ୍ ରେ ଅଛନ୍ତି। ଯେଉଁଥିପାଇଁ ଗତକାଲି ଶଙ୍ଖ ଭବନରେ ଏନେଇ ଧ୍ରୁବ ଓ ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଭିତରେ ଉଚବାଚ ହୋଇଥିଲା। କଟକରେ ରାଜା ସ୍ବାଇଁ, ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ବାଳ, ଦେବୀ ତ୍ରିପାଠୀ, ଚନ୍ଦ୍ରସାରଥୀ ବେହେରା ଏକାଠି ରହିଥିବା ବେଳେ ବିପକ୍ଷ ଗୋଷ୍ଠୀରେ ଅଛନ୍ତି ଦେବୀ ମିଶ୍ର, ସୁବାସ ସିଂହ ଓ ପ୍ରଶାନ୍ତ ବେହେରା। ଏଭଳି ସ୍ଥଳରେ କାହାର କଥା ରଖିବେ ସୁପ୍ରିମୋ ତା ବି ଚିନ୍ତା ବଢ଼ାଇଛି। କେନ୍ଦୁଝରରେ ସମାନ ସମୀକରଣ ପାଇଁ ଭାଗ ଛିଡି ପାରିନାହିଁ।

ବିଜେଡି ୩୩ ସାଙ୍ଗଠନିକ ଜିଲ୍ଲାରୁ ୧୫ ସାଂଗଠାନିକ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଛି ଅଡୁଆ । କଳାହାଣ୍ଡି, ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ ସଦର ଓ କୋରାପୁଟ ଜିଲ୍ଲାରେ ସଭାପତିଙ୍କୁ ନେଇ ଅଙ୍କ ଛିଣ୍ଡୁପାରୁନି । କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଛି ।

ସେହିପରି ବଲାଙ୍ଗିରରେ କଳୀକେଶ ସିଂଦେଓ ଓ ଟୁକୁନି ସାହୁଙ୍କୁ ନେଇ ବି ସମାଧାନର ସୂତ୍ର ବାହାରୁନାହିଁ। କୋରାପୁଟରେ ରବି ନନ୍ଦ ଓ ଈଶ୍ବର ପାଣିଗ୍ରାହୀଙ୍କ ଭିତରେ ପ୍ରତିଯୋଗିତା ଜୋର୍ । ଭୁବନେଶ୍ବରରେ ବି ଅଶୋକ ପଣ୍ଡା ଓ ବିଧାୟକ ସୁଶାନ୍ତ ରାଉତଙ୍କୁ ନେଇ ଭାଗ ଛିଡି ପାରୁନି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି ଏବେ ବିଭାଜିତ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି ।

ସାଙ୍ଗଠନିକ ନିର୍ବାଚନ ଭିତରେ ଆସନ୍ତାକାଲି ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ ଭରିବେ। ଦେଖିବାର କଥା ହେଉଛି ବିଭାଜିତ ଦଳକୁ ନେଇ ନବୀନ କିପରି ନିଜ ଟିମ୍‌ ଗଠନ କରୁଛନ୍ତି ଆଉ ଗ୍ରାଉଣ୍ଡ ଜିରୋରେ କେତେ ସଫଳତା ପାଉଛନ୍ତି ।

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁକୁ ନେଇ ତେଜିଲା ରାଜନୀତି

  • Reported by:
  • JAGDISH DAS , Surya Narayan Panda