• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସଡ଼କ ସଂଯୋଗୀକରଣରେ ସାରା ଦେଶରେ ୮ ନମ୍ବରରେ ଥିବା ଓଡ଼ିଶାକୁ ୧ ନମ୍ବର କରିବାକୁ ମୋହନ ସରକାରଙ୍କ ବ୍ଲୁ ପ୍ରିଣ୍ଟ । ଡବଲ ଇଞ୍ଜିନ ସରକାରରେ ଡବଲ ଗତିରେ ସରିବ ରାସ୍ତା ଆଉ ପୋଲ କାମ । ଆସନ୍ତାକାଲି ଓଡ଼ିଶା ପାଇଁ ବଡ଼ ବଡ଼ ପ୍ରକଳ୍ପ ଧରି ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ କରିବେ ଶିଳାନ୍ୟାସ ।

ଅଧିକ ପଢ଼ନ୍ତୁ: ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...

ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ । ରାଜ୍ୟ ପାଇଁ ଏମିତି କିଛି କିଛି ବଡ଼ ବଡ଼ ପ୍ରକଳ୍ପ ନେଇ ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ । ଆସନ୍ତାକାଲି ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସହ ଶିଳାନ୍ୟାସ କାର୍ଯ୍ୟକ୍ରମ । ଯାହା ଭିତରେ ରହିଛି ୨୯ ଶହ ୫ କୋଟି ଟଙ୍କାର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ । ୪୨୭ କୋଟି ଟଙ୍କାର ୪ CRIF ବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ । ୮୪୧ କୋଟି ଟଙ୍କାରେ ୪୪ କିମି ବିଶିଷ୍ଟ ୨ଟି ଜାତୀୟ ରାଜପଥର ଉଦଘାଟନ କରିବେ ଗଡକରୀ ।

ସେହିପରି ୧୪୪ କୋଟି ବ୍ୟୟରେ ଟିଟିଲାଗଡ ଏନଏଚ୍-୫୯ରେ ବାଇପାସ୍ ରୋଡ୍‌, ୧୭୨ କୋଟି ବ୍ୟୟରେ ଧର୍ମଗଡଠାରେ ଏନଏଚ-୧୩୦ରେ ବାଇପାସ୍‌ ପ୍ରକଳ୍ପ ବି ରହିଛି। ଏହାସହ ୪୨୬ କୋଟି ବ୍ୟାୟରେ ୪ଟି ହାଇଲେବୁଲ୍ ବ୍ରିଜ୍ ମଧ୍ୟ ରହିଛି । ୨୭୩ କୋଟି ବ୍ୟୟରେ ବରଗଡ-ଝାରସୁଗୁଡା ରାସ୍ତାରେ ମହାନଦୀ ଉପରେ ହାଇ ଲେବୁଲ୍ ବ୍ରିଜ । ରାଉରକେଲା-ଘୁଁସର ରାସ୍ତାରେ ତେଲ ନଦୀ ଠାରେ, କଳାହାଣ୍ଡିର ଖଣିଡାଙ୍ଗିରିଗୁଡା-ବାଙ୍କପାଳ ରାସ୍ତାର ହାତୀ ନଦୀ ଉପରେ ଏବଂ ଆଉ ଗୋଟିଏ କେଶିଙ୍ଗା ଏବଂ ଭବାନୀପାଟଣା ରାସ୍ତାରେ ତେଲ ନଦୀ ଉପରେ ।

ଅନ୍ୟପଟେ କାଲି ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ପକ୍ଷରୁ ଚଳିତ ବର୍ଷ ୨୮ ହଜାର କୋଟିର ଅନୁଦାନ ଦାବି ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଚିଠି ଲେଖି ଅନେକ ପ୍ରକଳ୍ପ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେଣୁ ଏହାରି ଭିତରେ ଗଡ଼କରୀ ପାଖାପାଖି ୯ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା କରିପାରନ୍ତି ବୋଲି କହାଯାଉଛି।

ଦିନିକିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓଡିଶା ଆସି ପ୍ରଥମେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମହତାବ ଜୟନ୍ତୀରେ ଯୋଗ ଦେବେ। ପରେ ଜାତୀୟ ରାଜପଥ ପ୍ରକଳ୍ପଗୁଡିକର ସମୀକ୍ଷା କରିବେ। ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ ପାଇଁ ଆର୍ଥିକ ଅନୁମତି ମିଳି ସାରିଥିବା ବେଳେ ଖୁବଶୀଘ୍ର ପ୍ରଶାସନିକ ଅନୁମତି ପରେ ଆରମ୍ଭ ହେବ କାମ ।

ଅଧିକ ପଢ଼ନ୍ତୁ: ଶବ ପରିବହନ ପାଇଁ ହେବ ନୂଆ ବ୍ୟବସ୍ଥା, ଗୋଟିଏ କଲ୍‌ରେ ମିଳିବ ସେବା

  • Reported by:
  • SOUMYA RANJAN SAHOO , Bhagirathi Sahu