ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।
ଧନୁପାଲି ଥାନାର ମହିଳା IICଙ୍କ ସହ ମୁହାଁମୁହିଁ ଘଟଣାରେ ଜୟନାରାୟଣ ଏବଂ ସମର୍ଥକଙ୍କ ବିରୋଧରେ ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ।
୨୮ ତାରିଖ ପୂର୍ବରୁ ନଶୁଣିଲେ ଆନ୍ଦୋଳନ ଚେତାବନୀ । ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି କହିଲା ଗଜପତିଙ୍କୁ ଭେଟିବୁ ।
ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।
ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ।
ଯଦି ସରକାର ନ ଶୁଣିବେ ସାରା ରାଜ୍ୟରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି ହୋଇଛି ।
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୫୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ମଧ୍ୟପ୍ରଦେଶ ପାଇଁ ୧୪୪ ଜଣିଆ ତାଲିକା ପ୍ରକାଶ ପାଇଛି ।
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି । ଆରମ୍ଭ ହେଲା ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍। ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଘନେଇଲା ବିବାଦ ।
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସମେତ ୫ ରାଜ୍ୟରେ ଭୋଟ୍ ବିଗୁଲ୍ । ନଭେମ୍ବର ୭ରୁ ୩୦ ଭିତରେ ହେବ ବିଧାନସଭା ମତଦାନ ।
୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।
ଗଣ୍ଡୋଗଳ ସ୍ଥଳରେ ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ବି ଦେଖିବାକୁ ମିଳିଥିଲା ।
ଓଡ଼ିଶାରୁ ଲୋକସଭା ଲଢ଼ିବାକୁ ଧର୍ମେନ୍ଦ୍ର ଇଚ୍ଛା କରିଥିବା ସୂଚନା ରହିଛି ।
୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ।
ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ ।
ଏ ଗୁମାସ୍ତା କିଏ, ତାଙ୍କ ଭାଷଣରେ ଭର୍ତ୍ତୃହରି କାହାକୁ ଗୁମାସ୍ତା ବୋଲି ଇଙ୍ଗିତ କରୁଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ବିଜେଡି ସାମାଜିକ ମିଡିଆ ସେଲ ଅଧକ୍ଷ କହିଛନ୍ତି ଯଦି, ସମାନ୍ତରଳ ଭାବେ ରାଜନୈତିକ କାର୍ଯ୍ୟକ୍ରମର କିଛି ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ ।
ଆଗ୍ରେସିଭ୍ ମୁଡ୍ରେ ଥିବା ବିଜେପିକୁ ଚେକ୍ ଦେବା ପାଇଁ ନବୀନଙ୍କ ଏହା ସୁଚିନ୍ତିତ ଷ୍ଟ୍ରାଟେଜି ହୋଇଥାଇ ପାରେ ବୋଲି ମଧ୍ୟ କୁହାଯାଉଛି ।
ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ ।
କଂଗ୍ରେସ ଉପରେ ଆହୁରି ବର୍ଷି ମୋଦି କହିଛନ୍ତି ଦଳର ତୃଣମୂଳ ସ୍ତରର ନେତାଙ୍କ ମୁହଁ ଖୋଲୁନାହିଁ । ଦଳ ଏବେ ଏତେ ଦେବାଳିଆ ହୋଇଯାଇଛି ଯେ ଏହା ଏବେ ନିଜ ନେତାଙ୍କ ଦ୍ବାରା ନୁହେଁ, କିଛି ଅର୍ବାନ ନକ୍ସଲଙ୍କ ଦ୍ବାରା ପରିଚାଳିତ ହେଉଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ଟାର୍ଗେଟ । କହିଲେ ବିଧାନସଭାର ଆବଶ୍ୟକତା ନାହିଁ ।