ଆସନ୍ତା ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଓଟିଭିକୁ ପ୍ରତିକ୍ରିୟା ଦେଇ ନରସିଂହ କହିଛନ୍ତି, ମୋତେ ୮୩ ବର୍ଷ ହେଲାଣି, ଆଉ ନିର୍ବାଚନ ଲଢ଼ିବି ନାହିଁ ।
ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରହିଥିବା ନରସିଂହ କହିଛନ୍ତି । କିନ୍ତୁ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବେ ବୋଲି କହିବା ସହ ସମରେନ୍ଦ୍ର ପ୍ରାର୍ଥୀ ହେବା ଆପାତତଃ ସ୍ଥିର । କିନ୍ତୁ ଫାଇନାଲ୍ ନୁହେଁ ବୋଲି ନରସିଂହ କହିଛନ୍ତି ।
ନରସିଂହ କହିଛନ୍ତି, ‘ମତେ ବୟସ ହେଲାଣି । ମୁଁ ଅନେକ ରୋଗରେ ପୀଡ଼ିତ । ମୁଁ ନିର୍ବାଚନ ଲଢ଼ିବିନି, କିନ୍ତୁ ରାଜନୀତିରୁ ଅବସର ନେବିନି । ମୁଁ ଛିଡ଼ା ହେଲେ କ୍ଲିନ୍ ସ୍ୱିପ୍ ହେବ ବୋଲି ସର୍ଭେ କହୁଛି । ’