ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି।
ଅନୁଦାନ ସତ୍ତ୍ୱେ ୭ବର୍ଷ ପରେ ବି ଉଧୋଉନି ଜୟପୁର-ମାଲକାନଗିରି- ନବରଙ୍ଗପୁର ନୂଆ ଲାଇନ୍ ପ୍ରକଳ୍ପ, ଇଞ୍ଚେ ବି ଜମି ଦେଇ ପାରିଲେନି ରାଜ୍ୟ ସରକାର, ତେଜିଲା ରାଜନୀତି ।
ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତଥ୍ୟ ଦାଖଲ । ଏଣେ ପଲିଟିକ୍ସ ପଶାପାଲିରେ ‘ମାହଲ ମାଣ୍ଡା’ ଗୋଟି ।
ବିଜେଡିର ପରିବାର ସଂପର୍କ ଅଭିଯାନକୁ ବିଜେପିର କାଉଣ୍ଟର । କୋଟିଏ ପରିବାରକୁ ଛୁଇଁବା ପାଇଁ ରାଜ୍ୟ ବିଜେପିର ଯୋଜନା ।
କଂଗ୍ରେସ ଗୋଟିଏ ପରେ ଗୋଟିଏ ଆସନ ହରାଇବା ଉପରେ। ଏବେ ଇଣ୍ଡିଆ ମେଣ୍ଟର ଭବିଷ୍ୟତକୁ ନେଇ ସଂକଟ ଦେଖାଦେଇଛି।
ଗଜପତି ଜିଲ୍ଲା ପରିସଲ୍ ଛକରେ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁକୁ ନେଇ ଜୋର ଧରିଲା ରାଜନୀତି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିବା ବୋଲି କହିଛି କଂଗ୍ରେସ । ଧକ୍କା ଦେଇଥିବା ଗାଡ଼ିଟି ଏକ ପୋଲିସ ଗାଡ଼ି ।
ମୋକିମ୍, ସଗରିଆ ଓ ଚିରଞ୍ଜୀବଙ୍କ ଉପରୁ ହଟିଲା ସସପେନସନ୍ । ୨୪ ଲଢ଼େଇ ପାଇଁ ବିଜେଡି-ବିଜେପି ବିରୋଧରେ କଂଗ୍ରେସର ଦୃଢ ରଣନୀତି ।
ଶାସକ ଦଳ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ । ‘ରାମ ମାହୋଲରୁ ଫାଇଦା ଚେଷ୍ଟାରେ ବିଜେଡି’ ।
ରାଉରକେଲା ସହରର ଲୋକସଂଖ୍ୟା ଦୃଷ୍ଟିରୁ ଏକ ବଡ଼ ସରକାରୀ ହସ୍ପିଟାଲର ବି ଆବଶ୍ୟକତା ନେଇ ସବୁ ବେଳେ ଦାବି ହୋଇ ଆସୁଛି। କିନ୍ତୁ କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଛାଡ଼ି ଦେଲେ ସହରରେ ସାଧାରଣ ଲୋକଙ୍କ ପାଇଁ ଦେୟମୁକ୍ତ ଚିକିତ୍ସାର କୌଣସି ସୁବିଧା ନାହିଁ।
ନିଜ ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ପତିଆରା ଆଉ ଦୃଢ଼ ସଂଗଠନ ପାଇଁ ସାରଦା ବିଜେଡିର ଅନ୍ୟ ଆଶାୟୀଙ୍କଠାରୁ ବି ଢେର ଆଗରେ ।
ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ, ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।
କଂଗ୍ରେସକୁ ଫେରିଲେ ୩ ବରିଷ୍ଠ ନେତା। ବରିଷ୍ଠ କଂଗ୍ରେସ ନେତାଙ୍କ ଉପରୁ ନିଲମ୍ବନ ହଟାଇଲା ଦଳ ।
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।
ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ । କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନଜରକୁ ଆସିଛି ଯେ, ଆଶାୟୀଙ୍କୁ ସିଧାସଳଖ ପ୍ରାର୍ଥୀ ହେଲେ ବୋଲି ଘୋଷଣା କରି ସେମାନଙ୍କଠାରୁ କେତେକ ବ୍ୟକ୍ତି ଅର୍ଥ ଆଦାୟ କରୁଛନ୍ତି ।
ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଜୟପୁର ଓ ବୋରିଗୁମା ବ୍ଲକର ଲୋକ। ଜଳ ଜୀବନ ମିଶନ ଜରିଆରେ ହେଉଥିବା ଏ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ।
୧୯୫୧ ପରଠୁ ଏଠି ବିଧାନସଭା ନିର୍ବାଚନରେ ଅଧିକାଂଶ ଥର ଲୋକେ ସେଇ ନେତାଙ୍କୁ ନିର୍ବାଚିତ କରିଛନ୍ତି, ଯିଏ କ୍ଷମତାରେ ରହିଛନ୍ତି। ତେବେ ୨୦୨୪ରେ ପାଣିପାଗ କିଛି ଅଲଗା।
ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏବଂ ପିସିସି ସଭାପତିଙ୍କୁ ନ ଜଣାଇ କେହି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି କୁହାଯାଇଛି ।
ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି ।
ଦିଲ୍ଲୀରେ ପୁଣି କଂଗ୍ରେସ ହାତ ଧରିଛନ୍ତି ଗମାଙ୍ଗ ପରିବାର । ଅଜୟ ମାକେନ, ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସାମିଲ ହେଲେ । ପୂର୍ବତନ ସାଂସଦ ସଂଜୟ ଭୋଇ ବି କଂଗ୍ରେସକୁ ଫେରିଲେ ।
କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଆଉ ବିଜେଡି ନେତା-ମନ୍ତ୍ରୀଙ୍କୁ ବିରୋଧ ।
ଆଠମଲ୍ଲିକରେ ତୀବ୍ର ରୂପ ନେଇଛି ନଳିନୀ-ରମେଶ କନ୍ଦଳ ! ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେଡିରେ ତୀବ୍ର ଗୋଷ୍ଠୀ କନ୍ଦଳ !
ମୁଖ୍ୟମନ୍ତ୍ରୀ ମହାପ୍ରସାଦ ଛୁଇଁ କହନ୍ତୁ ହିଂଜିଳିରୁ କେହି ଦାଦନ ଯାଇନାହାନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
ଚାଉଳ ସଂଗ୍ରହ ପାଇଁ ଜଗତ ଗୋସାଇଁ ବୁଲୁଛନ୍ତି ଟ୍ରକରେ। ଗାଡିରେ ଲାଗିଛି ରାଜନୈତିକ ପ୍ରଚାର ବ୍ୟାନର। କାନ୍ଦୁଛି ଭକ୍ତ ମନ, ବଢୁଛି ରାଜନୀତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଯେତିକି ପାଖଉଛି ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦଳକୁ କଡ଼ା ଭାଷାରେ ନିନ୍ଦା କରୁଛନ୍ତି..
ଗାଁଠୁ ସହର ବୁଲୁଥିବା ଅର୍ପଣ ରଥକୁ ବିଭିନ୍ନ ସ୍ଥାନରେ ବିରୋଧର ସାମ୍ନା କରିବାକୁ ପଡୁଛି। ଏଦୃଶ୍ୟ ହେଲା ଗଂଜାମ ଜିଲ୍ଲା ଖଲିକୋଟର। ଅର୍ପଣ ରଥ ଗାଡିରେ ନିର୍ମାଣ ପାଇଁ ବ୍ୟବହୃତ ପଟା ଓ ବଲହା ବୁହାଯାଉଛି।
ଯିଏ ସାରା ସଂସାରକୁ ଖାଦ୍ୟ ଯୋଗାଉଛି, ତାଙ୍କର ଏକ ସୋଲ ମୂର୍ତ୍ତି ଟ୍ରକରେ ବସାଇ ଚାଉଳ ମାଗୁଛନ୍ତି । ସେଇ ଚାଉଳକୁ ବିଜେଡି କର୍ମୀ ଭୋଜି କରି ଖାଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ବିଜୟ ପଟ୍ଟନାୟକ ।