Advertisment

ଭୟ-ଭକ୍ତି ନା ଆନୁଗତ୍ୟ ? ଟିକଟ କଟିବା ଭୟରେ ପ୍ରଶଂସାରେ ଶତମୁଖ ବିଜେଡି ନେତା...!

ପାଣ୍ଡିଆନ୍‌ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।

author-image
Satyendu Shekher Mishra
undefined

BJD, Pandian

ପାଣ୍ଡିଆନଙ୍କ ଜୟ ଜୟକାରରେ ମାତିଛନ୍ତି ବିଜେଡି ନେତା। ନବୀନଙ୍କ ଉତ୍ତରାଧିକାରୀ ଭାବେ ଦଳ ଭିତରୁ ମିଳିଲାଣି କି ଆଭାସ ? ସୋସିଆଲ୍ ମିଡିଆରେ ଜନପ୍ରତିନିଧିମାନେ ଏବେ ଖୁଲମ ଖୁଲା ପୋଷ୍ଟ କଲେଣି ପାଣ୍ଡିଆନଙ୍କ ପ୍ରଶଂସା। ନେତୃତ୍ୱକୁ ସ୍ୱୀକାର କରିବାକୁ ସମର୍ଥନ ବି ଜଣାଉଛନ୍ତି। VRS ପରେ ରାଜନୀତିରେ ଯୋଗ ଦେଇନାହାନ୍ତି ପାଣ୍ଡିଆନ୍ । କିନ୍ତୁ ବିଜେଡି ନେତାଙ୍କ ବ୍ୟାନର ପୋଷ୍ଟରରେ ଏବେଠାରୁ ଛାଇଗଲାଣି ପାଣ୍ଡିଆନଙ୍କ ଫଟୋ।

Advertisment

ବିଧାୟିକାଙ୍କଠାରୁ ଆରମ୍ଭ କରି ନିଗମ ଅଧ୍ୟକ୍ଷଙ୍କ ଯାଏ, ସମସ୍ତେ ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ୍ ମିଡିଆରେ ବିଜେଡି ନେତା ଓ କର୍ମୀ ପାଣ୍ଡିଆନ୍‌ଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଗଣମାଧ୍ୟମ ଆଗରେ ବି ମୁହଁ ଖୋଲି ଜଣକ ପରେ ଜଣେ ନେତା କହିଲେଣି ପାଣ୍ଡିଆନ୍ ହେଉଛନ୍ତି ବିକାଶ ପୁରୁଷ, ରାଜନୀତିକୁ ଓହ୍ଲାଇଲେ ସଫଳ ହେବେ। ଅନ୍ୟପଟେ ବିରୋଧୀ ଏହାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସାଧାରଣ ନିର୍ବାଚନକୁ ପାଖାପାଖି ୬ ମାସ ବାକି। ବିରୋଧୀଙ୍କ ବାରମ୍ବାର ଚାପ ଓ ପ୍ରତିବାଦ ପରେ ପାଣ୍ଡିଆନ ହଠାତ VRS ନେଲେ। ଆଉ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ନିଯୁକ୍ତି ବି ପାଇଲେ। ପ୍ରଶ୍ନ ଉଠୁଛି ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ବିଜେଡି ନେତା ଏବେ ତାଙ୍କ ପ୍ରଶଂସାରେ ଶତମୁଖ କାହିଁକି? ନବୀନଙ୍କ ପରେ ପାଣ୍ଡିଆନ୍‌ଙ୍କୁ ହିଁ ଦଳର ସର୍ବେସର୍ବା ହେବେ ବୋଲି ଭାବୁଛନ୍ତି କି ?

Advertisment

ରାଜନୈତିକ ସମୀକ୍ଷକଙ୍କ ମତ, ନିର୍ବାଚନୀ ବର୍ଷରେ ବିଜେଡି ନେତା ଜାଣିଛନ୍ତି ଟିକେଟ ବାଣ୍ଟିବା ପାଣ୍ଡିଆନ୍‌ଙ୍କ ଉପରେ ନିର୍ଭର କରୁଛି। ତେଣୁ ପାଣ୍ଡିଆନଙ୍କ ପ୍ରଶଂସା ପଛରେ ଭକ୍ତି ଅପେକ୍ଷା ଟିକେଟ କଟିବାର ଭୟ ବେଶୀ ଘାରିଛି ଆଶାୟୀଙ୍କୁ।

୨୪ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ମୁଖ୍ୟ ଚାଲେଞ୍ଜ ହେବ ଦଳ ଭିତରୁ ମାଳ ମାଳ ଆଶାୟୀ। କଳେ ବଳେ କୌଶଳେ କେମିତି ଟିକେଟ ହାତେଇ ହେବ ସେଥିଲାଗି ସବୁ ନେତାଙ୍କ ପାଇଁ ମୂଳମନ୍ତ୍ର ପାଲଟିଛି ପାଣ୍ଡିଆନ ଗୁଣଗାନ। ଏସବୁ ଭିତରେ ପାଣ୍ଡିଆନ ନିଜର ପରବର୍ତ୍ତୀ କାର୍ଡ କେବେ ଖେଳୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

BJP BJD Odisha Politics Congress
Advertisment
Advertisment