Advertisment

ରାଜଭବନରେ ଗଣେଶୀ ଲାଲଙ୍କୁ ଭେଟିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ

ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।

author-image
Satyendu Shekher Mishra
New Governor Raghubar Das

New Governor Raghubar Das

୩୧ରେ ଶପଥ ଗ୍ରହଣ କରିବେ ନୂଆ ରାଜ୍ୟପାଳ ରଘୁବର ଦାସ। ତା ପୂର୍ବରୁ ଆସନ୍ତାକାଲି ବିଦାୟ ନେବେ ଏବେ ଦାୟିତ୍ୱରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ବିଦାୟୀ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ରାଜଭବନରେ ଉଭୟଙ୍କ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ସେପଟେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ପାଳନ କରିବି ବୋଲି କହିଥିଲେ। ଝାଡ଼ଖଣ୍ଡର ଜାମସେଦପୁରର ଏକ କାର୍ଯ୍ୟକ୍ରମରେ ସେ ଗଣମାଧ୍ୟମକୁ କହିଛନ୍ତି, ଦୁନିଆରେ କେଉଁ କାମ ଅସମ୍ଭବ ନୁହେଁ।

Advertisment

୧୯୮୦ରୁ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେଇଛି, ତାକୁ ଅତି ନିଷ୍ଠାର ସହ ସମ୍ପାଦନ କରିଛି । ଓଡ଼ିଶା କିଭଳି ବିକାଶର ନୂଆ ଶିଖର ଛୁଇଁବ ଏବଂ ସରକାରଙ୍କ କିଭଳି ସମନ୍ୱୟ ରଖି କିଭଳି କାମ କରାଯାଇ ପାରିବ, ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ରଘୁବର ଦାସ ।

BJP BJD Odisha Politics Congress
Advertisment
Advertisment