Advertisment

୨୦୨୪ ନିର୍ବାଚନ ଆଗରୁ ବିଜେପି ମୁହାଁ ହେଉଛନ୍ତି କି ବିଜେଡି ବିଧାୟକ ?

ମନ୍ତ୍ରୀପଦ ଯିବା ପରେ ରୋହିତ ମନ ବଳାଇଥିବା ଜୟନାରାୟଣଙ୍କ ମନ୍ତବ୍ୟ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା, ରୋହିତ ପୂଜାରୀଙ୍କ ଖଣ୍ଡନ ।

author-image
Satyendu Shekher Mishra
Odisha Politics

Odisha Politics

ବିଜେପି ମୁହାଁ ହେଉଛନ୍ତି କି ବିଜେଡି ବିଧାୟକ ? ଭୋଟ୍ ପୂର୍ବରୁ ବିଜେପି ଟଚ୍‌ରେ ଅଛନ୍ତି କି ଶଙ୍ଖ ଦଳର ନେତା ? ରୋହିତ ପୂଜାରୀ ମନ୍ତ୍ରୀ ପଦରୁ ବିଦା ହେବା ପରେ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା । ଯାହା ଆରମ୍ଭ ହୋଇଛି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟରୁ । 

Advertisment

ଗତକାଲି ସମ୍ବଲପୁରରେ ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ, ଜୟ ନାରାୟଣଙ୍କୁ ଟାର୍ଗେଟ କରିବା ପରେ ଆସିଛି ଏହି ରୋଚକ ବୟାନ। ପ୍ରଥମେ ରୋହିତ୍ କହିଥିଲେ, ନିଜ ଉପରେ ବିଶ୍ୱାସ ନାହିଁ ବୋଲି ବାହାରୁ ନେତା ଆମଦାନୀ କରୁଛି ବିଜେପି । ଅନ୍ୟ ସଂସଦୀୟ କ୍ଷେତ୍ରରୁ ଆଣି ସମ୍ବଲପୁରରେ ନେତା ତିଆରି କରିବା ପାଇଁ ସେମାନେ ଲାଗି ପଡିଛନ୍ତି ।

ଏଭଳି ବୟାନ ପରେ ପରେ ରୋହିତଙ୍କ ଗୁମର ଖୋଲିଥିଲେ ଜୟ ନରାୟଣ। କହିଥିଲେ ରୋହିତ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିବାପରେ ବିଜେପି ମୁହାଁ ହୋଇଥିଲେ। ମନ୍ତ୍ରୀ ପଦ ହରାଇବାର ଦୁଇଦିନ ପରେ ମୋତେ ଫୋନ୍ କରି ବିଜେଡିରେ ସେ ଅସୁରିକ୍ଷିତ ମନେ କରୁଥିବା କହିଥିଲେ । ଯାହାକୁ ନେଇ ଏବେ ସରଗରମ ସମ୍ବଲପୁର ରାଜନୀତି। ନିଜ ସଫେଇରେ ଆଜି ରୋହିତ୍ କହିଛନ୍ତି ମୁଁ ଫୋନ୍ କରି ନାହିଁ । ସେ କଣ କହୁଛନ୍ତି ନିଜେ ଜାଣି ନାହାନ୍ତି । ବିଜେପିର ଟିକଟ ବଣ୍ଟନ ସେ କରୁଛନ୍ତି କି ବୋଲି ପ୍ରଶ୍ନ କରିବା ସହ ସେ ନିଜେ ଟିକେଟ ପାଇବେ ନା ନାହିଁ ସନ୍ଦେହ ଅଛି ବୋଲି କଟାକ୍ଷ କରିଛନ୍ତି ରୋହିତ। ଏହାପରେ ରୋହିତଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି ଜୟନାରାୟଣ ।

Advertisment

ପ୍ରଶ୍ନ ଉଠୁଛି କଣ ବିଜେଡି ବିଧାୟକମାନେ ସତରେ ବିଜେପି ସହ ସଂପର୍କରେ ଅଛନ୍ତି ? ଯଦି ଅଛନ୍ତି କେତେ ଜଣ ଓ କଣ ପାଇଁ ? କୁହାଯାଉଛି, ବିଜେଡିର ଅନେକ ବିଧାୟକ ଦଳର କାର୍ଯ୍ୟଧାରାରେ ଖୁସି ନାହାନ୍ତି । ତାସହ ଆଗାମୀ ନିର୍ବାଚନରେ ଟିକଟ ମିଳିବ କି ନାହିଁ ସନ୍ଦେହରେ ଅଛନ୍ତି । ଟିକେଟ୍ କଟିବା ଭୟରେ ଅନେକ ବିଜେପି ସହ ସଂପର୍କରେ ଥିବା କୁହାଯାଉଛି । 

ସେହିଭଳି ବିଜେଡିର ଅନେକ ଆଶାୟୀ ବିଧାୟକ ପ୍ରାର୍ଥୀ ଟିକଟ ନପାଇଲେ ବିଜେପିକୁ ବିକଳ୍ପ ବୋଲି ଭାବୁଛନ୍ତି । ପୂର୍ବରୁ ମଧ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅନେକ ବିଜେଡି ବିଧାୟକ ବିଜେପି ସହ ସଂପର୍କରେ ଥିବା କହିଥିଲେ ।

ନିର୍ବାଚନ ଯେତିକି ପାଖେଇବ ଏଭଳି ହଟଚମଟ ଓ ବୟାନବାଜି ଅଧିକ ହେବ। ଆଗକୁ କେଉଁ ନେତା, କେଉଁ ଦଳକୁ ଡେଉଁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

BJD Jayanarayan Mishra BJP Congress Odisha Politics
Advertisment
Advertisment