Congress Protest
ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ଆଗରେ ଖୋଳ, ଝାଞ୍ଜ ଓ ଗିନି ମାଡ଼। ଗୋଟିଏ ପଟେ ଚାଲିଛି ସଂକୀର୍ତ୍ତନ ଅନ୍ୟପଟେ ସରକାର ବିରୋଧୀ ସ୍ଲୋଗାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହରେ। ଏଭଳି ଅଭିନବ ପ୍ରତିବାଦର ଉଦ୍ଦେଶ୍ୟ ହେଲା ସରକାରଙ୍କ ନିଘୋଡ ନିଦକୁ ସଂକୀର୍ତ୍ତନ ମାଧ୍ୟମରେ ଭାଙ୍ଗିବା। ସତ୍ୟାଗ୍ରହର ଉଦ୍ଦେଶ୍ୟ ସରକାର ଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲି ଗଣତି, ମଣତି, ମରାମତି ସହ ଚାରିଦ୍ୱାରକୁ ଖୋଲନ୍ତୁ। ପୁରୀ, ରାଉରକେଲା, ଆନନ୍ଦପୁର, ନବରଙ୍ଗପୁର, ଭୁବନେଶ୍ବର। ସବୁଠି ସଂକୀର୍ତ୍ତନ କରି ପ୍ରତିବାଦ କରିଛି କଂଗ୍ରେସ। ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ଥାପନ କରି ଦଳ ସଂକୀର୍ତ୍ତନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତିଙ୍କ ସମେତ ବହୁ ନେତା ନିଜେ ଝାଞ୍ଜ ଓ ଗିନି ବଜାଇ ପ୍ରତିବାଦ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)