ବିଜେଡି ଓ ବିଜେପି ମିଶିକି ଅଛନ୍ତି । ନିର୍ବାଚନ ପାଖେଇଲେ ଦୁଇ ଦଳ ନାଟକ ଜୋରଦାର କରିବେ । ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ବାହାର ରାଜ୍ୟର ଲୋକଙ୍କ ଦବଦବା ରହିଛି ।
ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।
ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି ।
ନୂଆବର୍ଷରେ କଂଗ୍ରେସକୁ ମିଳିଲା ନୂଆ ପ୍ରଭାରୀ। ଆଉ ନୂଆ ପ୍ରଭାରୀଙ୍କୁ ନେଇ ରାଜ୍ୟ କଂଗ୍ରେସ ଏବେ ପୁରା ଉତ୍ସାହିତ।
ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି।
କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍ । 'ଯିଏ ବଡ଼ ମାର୍ଜିନରେ ଜିତିବ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି' ।
କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।
ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।
‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।
BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ ।
କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ଇ-କୋର୍ଟରେ ମିଳୁଛି ହାଇକୋର୍ଟ ଭଳି ସୁବିଧା: କେନ୍ଦ୍ର ଆଇନମନ୍ତ୍ରୀ ।
୫ ଦିନରେ ୩ ଥର ଦଳ ପରିବର୍ତ୍ତନ । ପ୍ରଥମେ କଂଗ୍ରେସରୁ ବିଜେଡିକୁ ଗଲେ, ତା ପରେ ବିଜେଡିରୁ ପୁଣି କଂଗ୍ରେସକୁ ଫେରିଲେ । ଏଥର ବି ମନ ଥୟ ରହିଲାନି ଯେ, ତା ପରଦିନ ପୁଣି ବିଜେଡିକୁ ଫେରିଲେ । ମାନେ ଦୁଇ ଥର ଘର୍ ୱାପସି ।
ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର।
‘କଂଗ୍ରେସରେ ଥିଲା ବେଳେ ବିଜୁ ବାବୁ ପାରାଦୀପ ବନ୍ଦର କରିଥିଲେ’ । ‘ନବୀନଙ୍କ ବେଳେ ନୁହେଁ, ଜାନକୀ ମୁଖ୍ୟମନ୍ତ୍ରୀ ଥିଲା ବେଳେ IOCL ହୋଇଥିଲା’ ।
'ଇଣ୍ଡିଆନ୍ କାଉନସିଲ୍ ଅଫ୍ ହିଷ୍ଟୋରିକାଲ୍ ରିସର୍ଚ୍ଚ ପକ୍ଷରୁ ଗବେଷଣା ହେବ' । 'ସ୍ୱାଧିନତା ସଂଗ୍ରାମର ଅଜଣା ନାୟକଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ' ।
ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।
ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।
ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।
କଟନିଛଟନି ବନ୍ଦ ଦାବିରେ ତାତିଲେ ଚାଷୀ। ଚାଷୀଙ୍କୁ ସାମ୍ନା କରି ନପାରି ଆଲୋଚନା କରିବା କହି ପଳାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ।
‘ମଣ୍ଡିରେ ଧାନ ବିକ୍ରି ହୋଇପାରୁନି’ । କଂଗ୍ରେସ ଆକ୍ଷେପର ଜବାବ ରଖିଲା ବିଜେଡି ।
ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।
ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଯାଉଛି ଏହି ଭାରତ ନ୍ୟାୟ ଯାତ୍ରା। ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ। ଏପରି ଭାବେ ରାହୁଲ ଭାରତ ନ୍ୟାୟ ଯାତ୍ରାରେ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବାକୁ ଯାଉଛନ୍ତି।