Advertisment

ଡିସେମ୍ବର ୧ ତାରିଖରେ କଂଗ୍ରେସର ତୁଳସୀ ଯାତ୍ରା

ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି।

author-image
Santosh Kumar Sahoo
Congress

Congress

ଆସନ୍ତା ଡିସେମ୍ବର ୧ରେ ସାରା ରାଜ୍ୟରେ ତୁଳସୀ ଯାତ୍ରା କରିବ କଂଗ୍ରେସ । ଶ୍ରୀମନ୍ଦିର ଚାରିଦ୍ୱାର ସହ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡ଼ଦାଣ୍ଡରେ ଅର୍ପଣ କରାଯିବ। ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ରାଜ୍ୟର ୩୧୪ ବ୍ଲକରୁ ତୁଳସୀ ପତ୍ର ସଂଗ୍ରହ କରାଯିବ। ସମସ୍ତ ଜିଲ୍ଲା ସଭାପତି ତୁଳସୀ ନେଇ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସଂଗୃହୀତ ତୁଳସୀକୁ ଧରି ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଯିବୁ। ଶରଧାବାଲିରୁ ଚାଲିଚାଲି ଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯିବ।

Advertisment

ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି।

Srimandir Congress Odisha News
Advertisment
Advertisment