/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699452618.jpg)
Sushant Singh
ଧମକରେ ଡରିଗଲା କି ପୋଲିସ ? ଶାସକ ଦଳ ବିଧାୟକଙ୍କ ଚାପରେ ଚେପା ହେଇଗଲା କି ବ୍ୟବସ୍ଥା ? ନା ପୋଲିସ ଅର୍ଥାତ୍ ନିଜ ସରକାରର ଗୃହ ବିଭାଗ ବିରୋଧରେ ସୁଶାନ୍ତଙ୍କ ଅଭିଯୋଗ ସତ ? ସେଇଥିପାଇଁ ବ୍ୟାକଫୁଟରେ ପୋଲିସ୍ ? ଏସବୁ ତମାମ ପ୍ରଶ୍ନ ଏଇଥିପାଇଁ ଯେ, ସ୍ପଷ୍ଟ ଦିବାଲୋକରେ, ଆଇନଶୃଙ୍ଖଳାର ଧଜିଆ ଉଡ଼ାଇ ଅମ୍ବାଭୋନା ଭଳି ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳର ଏକ ଥାନା ଉପରେ ଆକ୍ରମଣ ହେଉଛି। ଘଣ୍ଟାଧିକ କାଳ ଭଙ୍ଗାରୁଜା, ହଙ୍ଗାମା ହେଉଛି। ସିସିଟିଭି ଫୁଟେଜରେ ଉତ୍ପାତକାରୀଙ୍କ ସଂଖ୍ୟା, ମୁହଁ ସ୍ପଷ୍ଟ ଦିଶୁଛି। ଘଟଣାରେ ୧୦୨ ଜଣଙ୍କ ବିରୋଧରେ ଅନ୍ୟାନ୍ୟ ଦଫା ସହ ୩୦୭ ଭଳି ସଙ୍ଗୀନ ଦଫା ଲାଗୁଛି । ଏତେ ସବୁ କଥା ସାମ୍ନାକୁ ଆସିବା ପରେ ବି ଘଟଣା ପାଇଁ ପୋଲିସକୁ ଦାୟୀ କରି ବିଜେଡି ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଘଟଣାର ତିନି ଦିନ ପରେ ବି ପୋଲିସ କେବଳ ୬ ଜଣଙ୍କୁ ଗିରଫ କରିଦେଇ ତୁନି ବସିଥିବା ଅଭିଯୋଗ ହେଉଛି। ଯାହାକୁ ବଡ଼ ପ୍ରସଙ୍ଗ କରି ରାଜନୀତିକୁ ଓହ୍ଲାଇଛନ୍ତି ବିରୋଧୀ।
କଂଗ୍ରେସ କାଲି ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରିବା ପରେ ଆଜି ବିଜେପି ବିରାଟ ଶୋଭାଯାତ୍ରା କରି ଏସପି ଅଫିସ ଘେରିଛି। ଦଳ ଅଭିଯୋଗ କରିଛି, ନିଶା କାରବାର ଅଭିଯୋଗକୁ ନେଇ ପୋଲିସର ରେଡ୍ ଆଉ ପିକନିକ୍ ସ୍ଥଳରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତି ସ୍ପଷ୍ଟ କରୁଛି, ତାଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ହୋଇଛି। ତେଣୁ ତାଙ୍କୁ ଗିରଫ କରାଯାଉ। ଏଥିସହ ଭଟଲିରେ ଏତେ ବଡ଼ ଘଟଣା ଘଟିଯିବା ପରେ ବି ଘଟଣା ସଂପର୍କରେ ଜାଣିନଥିବା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନର ବି ତୀବ୍ର ସମାଲୋଚନା କରିଛି ଦଳ। ପ୍ରତିକ୍ରିୟାରେ ବିଜେଡି କହିଛି ସଂପୂର୍ଣ୍ଣ ଆଇନର ଶାସନ ଭିତରେ ରାଜ୍ୟ ଚାଲିଛି।
ଅମ୍ବାଭୋନା ଥାନା ଆକ୍ରମଣକୁ ନେଇ ରାଜନୀତି ତେଜିଥିଲା ବେଳେ, ମାମଲା ଏବେ ଜାତୀୟ ମାନବାଧିକାର କମିଶନରେ ପହଞ୍ଚିଛି । ବିଧାୟକ ସୁଶାନ୍ତ ସିଂଙ୍କ ନାଁରେ ପୋଲିସ ମାମଲା କରୁ ନ ଥିବା ଅଭିଯୋଗ କରି ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ NHRCରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ସୁବ୍ରତ ଦାଶ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)