୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ ।
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।
ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି ।
ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।
ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।
କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?
ନବୀନ ଦିଲ୍ଲୀ ଯାଇ ପର୍ଲାମେଣ୍ଟରେ ପହଞ୍ଚିଥିବା ବେଳେ ମୋଦି କିମ୍ବା ଅମିତ ଶାହଙ୍କୁ ଭେଟି ନାହାନ୍ତି । ହେଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତାଙ୍କ ସହ ତାଙ୍କର ଭେଟଘାଟ ହୋଇଛି ।
ଗଞ୍ଜାମ ଏନ୍ଏସିରେ ୧୨ଟି ୱାର୍ଡରୁ ୧୦ଟି ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ଜିତିଥିଲେ ମଧ୍ୟ ଏନ୍ଏସି ଚେୟାରମ୍ୟାନ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରତିଭା ପାଢୀ ।
ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଗ୍ରାହ୍ୟକୁ ନେଇ ଫେରାଦ ହେଲା ।ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ପ୍ରତିନିଧି ଦଳ । ପୂର୍ବରୁ ମାଗଣା ରାସନ ଅବଧି ବଢ଼ାଇଥିବାରୁ ବିଜେପି ପ୍ରସ୍ତାବ ଆଣିଥିଲା ।
ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ମାର୍ପିଟ୍। ବିଜେପି ଓ ଟିଏମ୍ସି ବିଧାୟକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି।
ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।
ଏଠି ସରକାରୀ କଳ, ଅର୍ଥ ବଳ ଓ ବାହୁ ବଳ କାମ ଦେଇନି।
ଲୋକଙ୍କ ପାଇଁ ଯିଏ କାମ କରିବ ଲୋକେ ତାଙ୍କୁ ହିଁ ଜିତାଇବେ । ଲୋକଙ୍କୁ ସୁଖ ଦୁଃଖରେ ଯିଏ ସାମିଲ ହେବ ତାଙ୍କୁ ହିଁ ଲୋକେ ବାଛିବେ ।
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ଥାନା ପରିସରରେ ପୋଲିସ ଉପସ୍ଥିତିରେ ବିଜେପି-ବିଜେଡି କର୍ମୀ ପିଟାପିଟି। । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ହାତାହାତି ହୋଇଛନ୍ତି ଉଭୟ ଦଳର କର୍ମୀ। ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ।
୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ।
ଧର୍ମେନ୍ଦ୍ରଙ୍କ କୋର୍ଟରୁ ପ୍ରଣବଙ୍କୁ କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ ରାଜ୍ୟର ଆଇନ୍ଶୃଙ୍ଖଳାକୁ ନେଇ ପ୍ରଣବଙ୍କୁ କାଉଣ୍ଟର କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ଡିଫେଣ୍ଡ କରିଛନ୍ତି ।
ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍କୁ ଯାଇ ମତଦାନ କରିଛନ୍ତି ।
ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।
୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?
୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।
ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।
ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍
ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।