Advertisment

ବିଜେପି ବିଧାୟକଙ୍କ ମନ୍ତବ୍ୟ- ‘ମା’-ଭଉଣୀ ଦିଗହରା’

ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP, BJD Face Off In Odisha Assembly

BJP, BJD Face Off In Odisha Assembly

ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ତୁରନ୍ତ ଭାସ୍କର ଏଥିପ୍ରତି କ୍ଷମା ମାଗନ୍ତୁ ଓ ଗୃହରେ ଦେଇଥିବା ମନ୍ତବ୍ୟକୁ ଫେରାନ୍ତୁ ବୋଲି  ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

Advertisment

ବିଧାୟକ ଭାସ୍କର ମଢ଼େଇଙ୍କ ମନ୍ତବ୍ୟ ଦେଇ କହିଥିଲେ, ‘ବାପାମାନେ ମୂକବଧିର ଭଳି ସବୁ ଦେଖୁଛନ୍ତି, ହେଲେ କିଛି କହି ପାରୁ ନାହାନ୍ତି। ସେହିପରି ମା’ମାନେ ଦିଗହରା ହୋଇପଡ଼ିଛନ୍ତି। ମହିଳାମାନେ ଦିଗହରା ହୋଇ ବ୍ୟାଙ୍କ୍‌, ବ୍ଲକ୍‌ ଅଫିସ୍‌, ପଞ୍ଚାୟତ ଅଫିସ ଆଶା ରଖି ଧାଉଁଛନ୍ତି। ହେଲେ ସେମାନଙ୍କୁ କିଛି ସୁଫଳ ମିଳୁ ନାହିଁ। ଝିଅମାନେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ବେକାର। କାରଣ ସେମାନଙ୍କୁ ନିଯୁକ୍ତି ମିଳୁ ନାହିଁ। ସେମାନଙ୍କର ମୋବାଇଲ୍‌, ଖାଦ୍ୟ ଓ ଡ୍ରେସ୍‌ର ଆବଶ୍ୟକତା ରହିଛି। ଫଳରେ ସେମାନେ ଆଉ ରାସ୍ତାରେ ନଯାଇ ବିଭିନ୍ନ ଦିଗରେ ଯାଉଛନ୍ତି। ଅର୍ଥାତ୍‌ ମା’ ହେଲେ ଦିଗହରା, ଭଉଣୀ ହେଲେ ପଥହରା।’

ମହିଳାମାନଙ୍କ ପ୍ରତି ବିଧାୟକ ଭାସ୍କର ମଢ଼େଇଙ୍କ ଏଭଳି ମନ୍ତବ୍ୟ ଅପମାନଜନକ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ‘ଭାସ୍କର ଯାହା କହିଛନ୍ତି, ତାହା ରାଜ୍ୟର ଶତାଧିକ ଏସ୍‌ଏଚ୍‌ଜି ମହିଳାଙ୍କ ପ୍ରତି ଅପମାନଜନକ।

Advertisment

ଗତକାଲି ବିଧାନସଭାରେ ବିଧାୟକ ଭାସ୍କର ମଢ଼େଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଗତ ୨୨ ବର୍ଷ ଧରି ଶାସନରେ ରହି ସରକାର ରାଜ୍ୟର ମହିଳାଙ୍କୁ ଦିଗହରା ଓ ଯୁବକ-ଯୁବତୀଙ୍କୁ ପଥହରା କରିଥିବା ଭାସ୍କର କହିଥିଲେ। 

BJD BJP Odisha Assembly BJP MLA Bhaskar Madhei
Advertisment
Advertisment