Advertisment

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି ।

author-image
Otv Khabar Bureau
Jayram Pangi

Jayram Pangi

ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି । ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ପାଇଁ ସୀମାନ୍ତ ଅଂଚଳର ସୁରକ୍ଷା ପାଇଁ ସେ ଏଥର କାମ କରିବେ ।

Advertisment

ଦଳରେ ଥିଲେ ପରିଷଦ ପାଇଁ ସମୟ ହେଉନାହିଁ । ତେଣୁ ସେ ସମ୍ପୂର୍ଣ୍ଣ ଭାବେ ବିଜେପି ଛାଡୁଥିବା କଥା କହିଛନ୍ତି । ଆଗକୁ କେଉଁ ଦଳକୁ ଯିବେ ସେ ସମ୍ପର୍କରେ ସେ ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ୪୪ ବର୍ଷ ଧରି ରାଜନୀତିରେ ଥିବା ଜୟରାମ ବିଜେପିରୁ କୋରାପୁଟ ଲୋକସଭା ପାଇଁ ପ୍ରାର୍ଥି ହୋଇଥିଲେ ।

ସେ କହିଛନ୍ତି, ବିଜେପିର କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ନେତା ମୋତେ ସମ୍ମାନ ଦେଇଛନ୍ତି। ଯେତେବେଳେ ଯାହା ଆବଶ୍ୟକ କରିଛି ଦଳ ମୋତେ ଦେଇଛି। ଦଳ ସବୁବେଳେ ମୋତେ ସହଯୋଗ କରିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ଓ ଭବିଷ୍ୟତ ପାଇଁ ଆମେ ଡିପିବିପି ଗଠନ କରିଛୁ। ଆଉ ଏହାକୁ ଆହୁରି ଦୃଢ଼ କରିବାକୁ ମୁଁ ଦଳ ଛାଡ଼ିଛି।

Advertisment

୪୫ ବର୍ଷ ଧରି ଜୟରାମ ପାଙ୍ଗି ରାଜନୀତିରେ ଥିଲେ। ସେ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୦ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ। ତେବେ ସେଥର ଜନତା ଦଳ ଟିକେଟ୍‌ରେ ବିଧାନସଭାକୁ ଯାଇଥିଲେ।

୨୦୦୦ ଓ ୨୦୦୪ରେ ଜୟରାମ ପାଙ୍ଗି ବିଜେଡି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ଟିକେଟ୍‌ରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୭ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ପରାସ୍ତ ହୋଇଥିଲେ।

BJP Politics Jayram Pangi
Advertisment
Advertisment