Advertisment

ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ନିର୍ବାଚନ ଜିତୁଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ

ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Leader Prithviraj Harichandan

BJP Leader Prithviraj Harichandan

ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ ବିଜେପି କଡ଼ା ନିନ୍ଦା କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅମଲାମାନେ ପଦ ମର୍ଯ୍ୟାଦାର ସବୁ ସୀମାରେଖା ଟପି ଯାଇଛନ୍ତି। ଏହା ପ୍ରଶାସନିକ ଇତିହାସର ଏକ କଳଙ୍କ। ସମ୍ବିଧାନ ଅନୁସାରେ, ଅମଲାତନ୍ତ୍ର ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ। ମାତ୍ର ପ୍ରାଶାସନିକ ଅଧିକାରୀ ନିଜର ଦାୟିତ୍ୱବୋଧ, ଗରିମା ଭୁଲିଗଲେ। ସମ୍ବିଧାନ ଯେଉଁ ନୀତି ନିର୍ଦ୍ଧାରଣ କରିଛି ତାହାକୁ ଭୁଲିବା ଦୁର୍ଭାଗ୍ୟଜନକ।

Advertisment

ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ‘ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ବିଜେଡି ନିର୍ବାଚନ ଜିତୁଛି। ବିରୋଧୀ ଯେଉଁ ଅଭିଯୋଗ କରି ଆସୁଥିଲେ ତାହା ପ୍ରମାଣିତ ହୋଇଛି। ଜନସାଧାରଣଙ୍କ ପାଖରେ ସେମାନେ ଗର୍ହିତ ଅପରାଧ କରିଛନ୍ତି। ଅମଲାତନ୍ତ୍ର ଉପରୁ ଲୋକଙ୍କ ଆସ୍ଥା, ବିଶ୍ୱାସ ତୁଟି ଯାଇଛି।’

‘ରାଜ୍ୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚି ଥିବା ବେଳେ ଏଠାରେ ଚାଟୁକାରିତାର ଶାସନ ଚାଲିିଛି। ଜରୁରୀକାଳୀନ ପରିସ୍ଥିିତ ବେଳେ ଏପରି ଅବସ୍ଥା ଦେଖିବାକୁ ମିଳିଥିବା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।  ଏନେଇ ବିଜେଡି ପ୍ରତିକ୍ରିୟା ରଖିଛି। ସୌଜନ୍ୟତା ଦୃଷ୍ଟିରୁ ପ୍ରାଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି।  

Advertisment
BJD BJP General Secretary Prithviraj Harichandan BJP CM Naveen Patnaik Prithviraj Harichandan
Advertisment
Advertisment