ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରିଛି। ଆଜିଠାରୁ ସାରା ରାଜ୍ୟରେ ପ୍ରତିବାଦ କରିବେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ। ତିନି ଦିନ ଧରି ଆନ୍ଦୋଳନ କରିବ ଦଳ ।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ବିରୋଧରେ ଆଜି ବିଜେପିର ହଲ୍ଲାବୋଲ । ଆନ୍ଦୋଳନକୁ ହଲ୍ଲାବୋଲ ନାଁରେ ନାମିତ କରି ନବୀନ ନିବାସ ଘେରାଉ କରିବାକୁ ବିଜେପି ନେଇଛି ନିଷ୍ପତ୍ତି
ଆଗକୁ ରାଜନୀତି ଆଉ ସରଗରମ ହେବ। ତା ସହ ସରକାରଙ୍କ ମିଶନ ଶକ୍ତି, ସ୍ମାର୍ଟକାର୍ଡ, ସ୍କୁଲ୍ ରୁପାନ୍ତରିକରଣ କାର୍ଡ କୁ ନେଇ ଚର୍ଚ୍ଚା ସେପଟେ ଚର୍ଚ୍ଚା ଦଳ ବଦଳକୁ ନେଇ।
କଡ଼ା ସମାଲୋଚନା କଲେ ପୀତାମ୍ବର ଆଚାର୍ଯ୍ୟ : ପ୍ରଣବଙ୍କ ମନ୍ତବ୍ୟ ଅଶାଳୀନତାର ପରିଚୟ ଦେଉଛି କହିଲେ
ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।
ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା
ମମିତା ମେହେର ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆଜି ଦିବ୍ୟଶଙ୍କର ଉପରେ ପୁଣି ବର୍ଷିଲେ ଲେଖାଶ୍ରୀ
କଳାପତାକାରୁ ନିସ୍ତାର ନାହିଁ, ଯେଉଁ ଆଡ଼େ ଗଲେ ବି ମନ୍ତ୍ରୀଙ୍କୁ ବିରୋଧୀ ଦେଖାଉଛନ୍ତି କଳାପତାକା
ମମିତା ହତ୍ୟା ମାମଲା ଆରମ୍ଭ ଦିନରୁ ବିରୋଧୀଙ୍କ ପ୍ରତିବାଦର ଅସ୍ତ୍ର ପାଲଟିଛି ଅଣ୍ଡାମାଡ଼ ଦାବି ପୂରଣ ହେଉନଥିବାରୁ କେତେବେଳେ ମନ୍ତ୍ରୀ ତ କେତେବେଳେ ଶାସକ ଦଳ ନେତାଙ୍କୁ କଳାପ଼ତାକା ପ୍ରଦର୍ଶନ ସହ ଟମାଟୋ ଓ ଅଣ୍ଡାମାଡ଼ କରୁଛନ୍ତି ଉଭୟ ବିଜେପି-କଂଗ୍ରେସ୍।
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ?
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।
ମମିତାଙ୍କୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଆଜି ବିଜେପି କରିବ ବୁଦ୍ଧିଜୀବୀ ସମ୍ମିଳନୀ
ପୂର୍ବରୁ ମନ୍ତ୍ରୀ କିମ୍ବା ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଥିଲେ ନବୀନ, ହେଲେ ଏବେ କିନ୍ତୁ ଆକ୍ସନ ନେବା ବଦଳରେ ପୁରସ୍କାର ଦିଆଯାଉଥିବା ନେଇ ଆସୁଛି ଅଭିଯୋଗ
‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।’
ସ୍ୱାସ୍ଥ୍ୟକାର୍ଡ଼ ବାଣ୍ଟିବାକୁ ଯାଇଥିଲେ, ବିରୋଧର ଶିକାର ହେଲେ ମନ୍ତ୍ରୀ। ଦେଖନ୍ତୁ ଏହି ଭିଡ଼ିଓ…
କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।
ସମସ୍ତେ ଏକାଠି ହୋଇ ଆଜି କେକ୍ କାଟିଥିଲେ। ଆଡଭାନୀଙ୍କୁ କେକ୍ ଖୁଆଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବେଶ କିଛି ସମୟ ଏକାଠି ହୋଇ ସମସ୍ତେ ଆଲୋଚନା କରିଥିଲେ।
ମମିତା ମେହେର ହତ୍ୟା ମାମଲା ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ କରିଛି.. ଆଜି ସମ୍ବଲପୁରରେ ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା.. ପୋଲିସ ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଥିଲେ.. ଶେଷରେ ଶତାଧିକ ବିଜେପୀ କର୍ମୀଙ୍କୁ ଆୟତ୍ତ କରିବାକୁ ପୋଲିସ ପାଣିମାଡ଼ କରି ଗିରଫ କରିଛି..
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ ଓ ବିକ୍ଷୋଭ କରିଛି। ଆଜି ସମ୍ବଲପୁରରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ମାସେ ପୁରିଲା ମମିତା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଗୋବିନ୍ଦଙ୍କ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍କକୁ ନେଇ ଏବେ ବି ରାଜ୍ୟରେ ବିରୋଧଙ୍କ ଅସନ୍ତୋଷ ଜାରି ରହିଛି । ତେବେ କେବେ ମିଳିବ ମମିତାକୁ ନ୍ୟାୟ ?
ମମିତା ତାତି ଭିତରେ ଆଜି କଳହାଣ୍ଡି ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ସେପଟେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ଏବେବି ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ମମିତା ମେହେର ହତ୍ୟା ମାମଲା ତାତି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି।