• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍‌ରେ କଂଗ୍ରେସଠାରୁ ଝଟ୍‌କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।

୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ । ତେଣୁ ଉପାଧ୍ୟକ୍ଷ ଭୋଟରେ ମ୍ୟାଜିକ ନମ୍ବର ହାସଲ ପାଇଁ ଉଭୟ ବିଜେଡି ଓ କଂଗ୍ରେସ, ସ୍ୱାଧୀନଙ୍କ ଉପରେ ଆଖି ପକାଇଛନ୍ତି । ସେମିତି ପାରାଦୀପରେ ବି ରୋଚକ ସ୍ଥିତି । ଅଧ୍ୟକ୍ଷ ପଦବୀ ଶାସକ ଦଳ ପାଖରେ ରହିଛି ସତ ହେଲେ ୧୯ କାଉନସିଲର ମଧ୍ୟରୁ ବିଜେଡି ପାଖରେ ୭, ବିଜେପି ପାଖରେ ୩, କଂଗ୍ରେସ ପାଖରେ ଗୋଟିଏ ପଦବୀ ଥିବା ବେଳେ ସ୍ୱାଧୀନ ଜିତିଛନ୍ତି ୮ । ତେଣୁ ଉପାଧ୍ୟକ୍ଷ ପଦ ପାଇଁ ମ୍ୟାଜିକ ନମ୍ବର ୧୦ କିଏ ଛୁଇଁବ ତାହା ଅସ୍ପଷ୍ଟ ଥିବାବେଳେ ଖେଳ ଓଲଟ ପାଲଟ କରି ଦେଇପାରନ୍ତି ଆମ ପାରାଦୀପ ଆମ ପ୍ରଗତିର ମୁଖ୍ୟ ବାପି ସର୍ଖେଲ ।

ସେହିପରି ୨୩ ୱାର୍ଡ ବିଶିଷ୍ଟ ଅନୁଗୁଳ ପୌର ପରିଷଦରେ ବି ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଛି । କିନ୍ତୁ ଦଳର ମାତ୍ର ୧୦ କାଉନସିଲର ଜିତିଛନ୍ତି । ଏଠି ବିଜେପି ପାଖରେ ଅଛି ୧୩ କାଉନସିଲର । ତେଣୁ ଏଠି ବିଜେପି ସହଜ ସ୍ଥିତିରେ ଥିଲେ ବି ବିଜେଡି କ୍ରସ ଭୋଟିଂ ଲାଗି ଚେଷ୍ଟା କରୁଥିବା ଚର୍ଚ୍ଚା ଚାଲିଛି । ଠିକ୍ ସେମିତି ଭଦ୍ରକ ବାସୁଦେବପୁର ଏନ୍ଏସିରେ ଅଧ୍ୟକ୍ଷ ପଦ ବିଜେଡି ଜିତିଥିବା ବେଳେ ୨୩ ୱାର୍ଡରୁ ବିଜେଡି ୧୦, କଂଗ୍ରେସ ୯ ଆଉ ବିଜେପି ପାଖରେ ରହିଛି ୪ଟି । ମ୍ୟାଜିକ ନମ୍ବର ପାଇଁ ଏଠି କଂଗ୍ରେସ ଓ ବିଜେଡି ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି ।

 

ସେପଟେ ସୋର, ଦେଗବଡ଼ ଓ କୋଦଳାରେ ବିଜେପି ଏବଂ କଣ୍ଟାବାଞ୍ଝି ଓ ଦିଗପହଣ୍ଡିରେ କଂଗ୍ରେସ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ହାସଲ କରିବେ । କିନ୍ତୁ ଯେଉଁ ସବୁ ସ୍ଥାନରେ ମ୍ୟାଜିକ ନମ୍ବର ହାତେଇବାକୁ ଅଳ୍ପ କାଉନସିଲରଙ୍କ ଆବଶ୍ୟକ ପଡୁଛି, ସେଠି ଉପାଧ୍ୟକ୍ଷ ପଦ ହାତେଇବାକୁ କଳବଳ ଓ କୌଶଳ ଲଗାଇଛି ଶାସକ ଦଳ । ତେଣୁ ବିଜେପି ଓ କଂଗ୍ରେସ ଆଣିଛନ୍ତି ଘୋଡା ବେପାର ଅଭିଯୋଗ । ଯାହାକୁ ଖଣ୍ଡନ କରିଛି ବିଜେଡି ।

ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ନାଏବ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ନିର୍ବାଚନରେ ବି ଶାସକ ଦଳ ବିରୋଧରେ ଘୋଡ଼ା ବେପାର ଅଭିଯୋଗ ଆସିଥିଲା । ଏମିତି କି ବିଭିନ୍ନ ସ୍ଥାନରେ ଛକାପଞ୍ଝା ବି ଦେଖିବାକୁ ମିଳିଥିଲା । ତେଣୁ ପୌର ଉପାଧ୍ୟକ୍ଷ ନିର୍ବାଚନରେ ତାର ପୁନରାବୃତ୍ତି ଆଶଙ୍କା କରାଯାଉଛି ।