ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମୋଦି । ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁ ନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି ।
୬ ଦିନ ହେଲାନି ଚାଲିପାରୁନି ବିଧାନସଭା ଗୃହ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ ବାରମ୍ବାର ମୁଲତବ ହେଉଛି । ତେଣୁ ବିଜେଡି ଆଜି ଗୃହରେ ଗଙ୍ଗାପାଣି ଛିଞ୍ଚିବା ସହ ଗାନ୍ଧି ମୂର୍ତ୍ତୀ ତଳେ ଧାରଣା ଦେଇଛି ।
ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ।
ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି ।
ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି ।
ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।
ଆଜି ବି ଚାଲିପାରିଲାନି ବିଧାନସଭା.. ଗୃହ ଭିତରେ ବିରୋଧୀଙ୍କ ହଟ୍ଟଗୋଳ ସାଙ୍ଗକୁ ଶାସକ ବିଜେଡି ବିଧାୟକମାନେ ବି ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି.. ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବାଚସ୍ପତିଙ୍କ ପୋଡିୟମ ଘେରିଥିବା ବେଳେ ବିଜେପି ମଧ୍ୟ ପୋଷ୍ଟର କଳା ଗାମୁଛା ପକାଇ ବିରୋଧ ପ୍ରଦର୍ଶନ କରିଛି..
୨୨ ବର୍ଷର ଶାସନ କାଳରେ ଏଭଳି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଡିଏମ୍ଏଫ୍ ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉ ନାହିଁ କହିଲେ ରବି ନାଏକ । ରାଜ୍ୟର ୩୩ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ ନେଇ ଚେତାବନୀ ଦେଲେ ରବି ନାଏକ ।
ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ କଡା ବିରୋଧ ପରେ ଆଜି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା।
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାରାଜ ନବୀନ ବାବୁ : ସେମାନେ ଅପବିତ୍ର କଲେ, ଆମେ ଗୋବର ପାଣି ଓ ଗଙ୍ଗା ପାଣି ଛିଞ୍ଚି ଗୃହକୁ ପବିତ୍ର କଲୁ
ଦିବ୍ୟଶଙ୍କରଙ୍କ ପ୍ରବେଶ ଯୋଗୁଁ ବିଧାନସଭାର ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ଏଥିପାଇଁ ଗୃହ ବାହାରେ ବିଜେପିର ବିଧାୟକମାନେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରିଛନ୍ତି ବିଜେପି ବିଧାୟକ ।
ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚେତାବନୀ ଦେଇଛନ୍ତି ।
ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି
ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।
'ବିଜେଡି ଗୋଟେ ବାହୁବଳୀ ଦଳ। ଏ ଦଳ ଆଗେ କହୁ ଗ୍ଯାସ୍ ଓ ପେଟ୍ରୋଲରୁ କେତେ ଲୁଟୁଛି। ବିଜେଡି କଣ ଭଗବାନ କି?'
ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି? ଉତ୍ତର ଦିଅନ୍ତୁ ବାଚସ୍ପତି : ମୋହନ ମାଝୀ
ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାର ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି।
୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍ ସଦୃଶ୍ୟ
ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I
ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।
ଗୃହରେ ହୋହାଲ୍ଲା କରୁଥିଲେ ବିରୋଧୀ । ଆଉ ଏତିକି ବେଳେ ପ୍ରତ୍ୟାହାର ହେଲା କୃଷି ଆଇନ । ମାତ୍ର ୪ ମିନିଟ୍ ପରେ ପାର୍ ହେଲା ବିଲ୍ ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।
ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।