ଏଥର ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଥିବାରୁ, ଏବେଠୁ ସହଯୋଗୀ ଦଳମାନଙ୍କ ପାଖରେ ବିଜେପି ପହଞ୍ଚିବା ଆରମ୍ଭ କରିଛି । ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି କ୍ରମେ ଧର୍ମେନ୍ଦ୍ର ଏଥିପାଇଁ ପ୍ରଥମେ ବିହାରରେ ପହଞ୍ଚିଛନ୍ତି । ଆଗକୁ ସେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଆସିପାରନ୍ତି ବୋଲି କୁହାଯାଉଛି ।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ବିଜେପି ତାଙ୍କ ନାଁ ଘୋଷଣା କରିଛି।
ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।
ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।
ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା ।
ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ।
ବିଧାୟକଙ୍କ ଗିରଫଦାରୀକୁ ବିଜେପି ଦୃଢ଼ ନିନ୍ଦା କରିଛି। ଅଭିଯୋଗ ଉପରେ ବିଧାୟକଙ୍କୁ ଗିରଫ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି।
ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ୍ ଅଟକାଇ ଥିଲା। ଏହାପରେ ସାଂସଦ ଅପରାଜିତା ଚାଲି ଚାଲି ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।
ବିଜେପିର ମିଶନ୍ ୨୦୨୪ । ଟାର୍ଗେଟ୍ ୧୯ ନିର୍ବାଚନ ଅପେକ୍ଷା ଅଧିକ ସିଟ୍ । ଉତ୍ତରପ୍ରଦେଶ ସମେତ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ନିର୍ବାଚନରେ ଦଳ ବେଶ୍ ଭଲ ପ୍ରଦର୍ଶନ କରିବା ପରେ ନଜର ଆଗାମୀ ସାଧାରଣ ନିର୍ବାଚନ ଉପରେ । କାରଣ ୨୪ ନିର୍ବାଚନ ଲାଗି ହାତରେ ଆଉ ୨୪ ମାସରୁ ବି କମ୍ ସମୟ ରହିଲା ।
ଅନୁମତି ନମିଳିବା ପରେ ଏବେ ଅପରାଜିତା କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।
ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ସେ କହିଛନ୍ତି, ୨୦୧୪ ଆଗରୁ ଦେଶର ଅର୍ଥନୀତି ପୁରା ଦୁର୍ବଳ ଥିଲା । ୫୦ ଭାଗ ଲୋକ ବ୍ୟବସ୍ଥାରୁ ବାହାରେ ଥିଲେ । ମୋଦି ସରକାର ଆସିବା ପରେ ସେଥିରେ ଅନେକ ପରିବର୍ତ୍ତନ ଆସିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।
ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।
ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ ।
ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇନଥିଲେ ବି ଦଳ ପାଇଛି ୩୦ ପ୍ରତିଶତ ଭୋଟ୍ । ତେଣୁ ୨୪ ନିର୍ବାଚନରେ ଦଳର ସମ୍ଭାବନା ଭଲ ଥିବା ବିଜେପି ନେତା ହୃଦୟଙ୍ଗମ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ । ସେ କହିଛନ୍ତି ଯେ, ଦଳିତଙ୍କ ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।
ଆକାଂକ୍ଷୀ ଜିଲ୍ଲା ସମୀକ୍ଷା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅସିଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ।
ପଞ୍ଚାୟତ ଓ ପୌର ଭୋଟ୍ ପରେ ଆରମ୍ଭ ହୋଇଛି ବିଜେଡି-ବିଜେପି ମଧ୍ୟରେ ଆକ୍ରମଣ-ପ୍ରତି ଆକ୍ରମଣ..
ଏମିତିକ ଖୋଦ ସରକାରୀ ତାଲିକାରେ ବି ତାଳମେଳ ରହୁନି । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ନେତା ସୁରଥ ବିଶ୍ୱାଳ ।
କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ପଠାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ୩ କୋଟି ୨୬ ଲକ୍ଷ ୪୧ ହଜାର ୮ଶହ ହିତାଧିକାରୀ ରହିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି ।
ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି ।
ପାରାଦୀପ ପୌର ଉପାଧ୍ୟକ୍ଷ ନିର୍ବାଚନ ଫଳାଫଳ ଆସିବା ପରେ ବରିଷ୍ଠ ରାଜନେତା ବାପି ସର୍ଖେଲଙ୍କୁ ବିଜେପି ଟାର୍ଗେଟ କରିଛି। ବରିଷ୍ଠ ବିଜେପି ନେତା ବିଭୁପ୍ରସାଦ ତରାଇ ଓ ସମ୍ପଦ ସ୍ୱାଇଁ ପ୍ରେସ୍ମିଟ୍ କରି କହିଛନ୍ତି, ବାପି ସର୍ଖେଲ ବିଜେଡିିର ବି ଟିମ୍। ସେ ଗଧ ବେପାର କରିଛନ୍ତି।
ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ ।