ପଞ୍ଚାୟତ ନିର୍ବାଚନ ପ୍ରଥମ ସଂରକ୍ଷଣ ତାଲିକା ବାତିଲ ହୋଇ ନୂଆ ଚିଠା ତାଲିକା ଆସିବା ପରେ ବଢିଛି ବିବାଦ । କାରଣ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ପୂର୍ବ ତାଲିକା ତୁଳନାରେ ନୂଆ ତାଲିକାରେ ଘଟିଛି ଅନେକ ପରବର୍ତ୍ତନ ।
ରାଜ୍ୟରେ ୫୪ ପ୍ରତିଶତ ପଛୁଆବର୍ଗ ଲୋକ ଥିଲେ ବି ସରକାର ସେମାନଙ୍କୁ ନିଜ ପରିବାର ବୋଲି ଭାବୁନାହଁନ୍ତି । ରାଜ୍ୟପାଳଙ୍କ ନିକଟରେ ଏଭଳି ସାଂଘାତିକ ଅଭିଯୋଗ କରିଛି ବିଜେପି ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ ।
ରାଜ୍ୟରେ ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ଓବିସିଙ୍କୁ ସାମ୍ୱିଧାନିକ ଅଧିକାର ନଦେଇ ବିଜେଡି କେବଳ ରାଜନୀତି କରୁଛି ବୋଲି ସେ କହିଛନ୍ତି ।
ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଗରିବୀ କମାଇବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସଂପୂର୍ଣ୍ଣ ମିଛ ବୋଲି କହିଛି ବିଜେପି ।
ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।
ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ, ଆଜି ମହାନଦୀରେ T ସେତୁର ଉଦଘାଟନ୍
ଆସୁଛି ପଂଚାୟତ ନିର୍ବାଚନ : ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା
ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି ବିଜେଡ଼ି ସରକାର । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଶିକ୍ଷକଙ୍କୁ ଥୋପ ପକାଇଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବାବେଳେ କାଉଣ୍ଟର କରିଛି ବିଜେଡି ..
୨୦୧୫ ବ୍ୟାଚ୍ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି।
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ଠିକ୍ ଗୋଟିଏ ଦିନ ପୂର୍ବରୁ ଗୋଆରେ ମଧ୍ୟ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ବିଜେପିରୁ ଚରିତ୍ର ପ୍ରମାଣପତ୍ର ଆବଶ୍ୟକ ନାହିଁ ।
ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।
ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ । ଧସ୍ତାଧସ୍ତି, ଠେଲାପେଲା, ଲାଠିମାଡ଼ । ଯାହାକୁ ପାଇଲା ମାଡ଼ ମାରିଲା ପୋଲିସ । ମାଡ଼ ଭୟରେ ଯିଏ ଯେମିତି ପାରିଲା ଦୌଡ଼ିଲା ।
ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ ।
ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା।
ମମିତା ମେହେର ହତ୍ୟା ଘଟଣାରେ କାହିଁକି ତଦନ୍ତ କରୁନି ସ୍ପେଶାଲ ଇନଭେଷ୍ଟିଗେସନ ଓ୍ୱିଙ୍ଗ । ପ୍ରଶ୍ନ ଉଠାଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।
ମମିତା ମେହେର ପ୍ରସଙ୍ଗରେ ଆଜି ବିଜେପି ଯୁବ ମୋର୍ଚ୍ଚାର ଧାରଣା । ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା ।
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍ ପ୍ରତିକ୍ରିୟା ରଖିଛନ୍ତି।
ମୋଦି-ପୁତିନ ଶିଖର ବୈଠକ ପୂର୍ବରୁ ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀସ୍ତରୀୟ ବା ଟୁ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଋଷୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ ।