Advertisment

ହାତରେ କମଳ ଧରି ଭୋଟ୍‌ ଦେଲେ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Suniti Mund

Suniti Mund

ପୌର ନିର୍ବାଚନ ଲାଗି ଆଜି ମତଦାନ। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମର ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ଏଥର ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି।

Advertisment

ରାଜଧାନୀରେ ଭୁବନେଶ୍ୱରରେ କିଏ ପିନ୍ଧିବେ ମେୟର ମୁକୁଟ ? ଭୁବନେଶ୍ୱର ମେୟର ନିର୍ବାଚନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ ସୁଲୋଚନା ଦାସ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ବିଜେପିରୁ ସୁନୀତି ମୁଣ୍ତଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ ।

ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍‌କୁ ଯାଇ ମତଦାନ ଦେଇଛନ୍ତି । ସୁନୀତି ନିର୍ବାଚନ ପ୍ରଚାରରେ କହିଥିଲେ ଯେ, ମୁଁ ଦିନେ କଲମ ଚଲାଉଥିଲି, ଏବେ କମଳ ଧରିଲି। ମୋ ଭିତରେ ଲୋକଙ୍କ ପାଇଁ, ସମାଜ ପାଇଁ ଓ ରାଷ୍ଟ୍ର ପାଇଁ ଯାହା କରିବାର ଇଛା ରହିଆସୁଥିଲା । ଏହି ଦଳ ମାଧ୍ୟମରେ ଏହା କରିପାରିବି ବୋଲି ମୋ ଭିତରେ ବିଶ୍ୱାସ ଆସିଲା।

Advertisment

ଭୋଟ ଦାନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ  ବୁଥ୍‌ରେ ହୋଇଥିବା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁନୀତି ମୁଣ୍ଡୁ। ଯେଉଁ ପ୍ରତିନିଧୀ ବୁଥ୍‌ ଭିତରେ ଅଛନ୍ତି, ସେମାନେ ଲୋକଙ୍କୁ  ଶଙ୍ଖରେ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । ଏପରି ଅନ୍ୟାୟ, ଅତ୍ୟାଚାର ସବୁବେଳେ ଚାଲିଛି। ଜନସାଧାରଣ ନ୍ୟାୟ କରିବେ ବୋଲି ଆଶା ରଖିଥିବା କହିଛନ୍ତି ସୁନୀତି। 

BJP Municipal Election 2022 Suniti Mund
Advertisment
Advertisment