ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।
ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ।
ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ
ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ […]
ଧାରଣା,ବିକ୍ଷୋଭ,ନାରାବାଜି। ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି ବିରୋଧରେ ବିଜେପିର ଗର୍ଜନ କରିଛି। ଗ୍ରାଉଣ୍ଡ ଜିରୋରେ ହଙ୍ଗାମା ମଚାଇଛି ଦଳ। ୩ ଦିନିଆ ଆନ୍ଦୋଳନକ୍ରମରେ ଆଜି ରାଜ୍ୟର ସବୁ ବ୍ଲକ ଅଫିସ ଆଗରେ ଦୁର୍ନୀତି ଓ ଅନିୟମିତତା ବିରୋଧରେ ଗର୍ଜିଛି ବିଜେପି। ତାସହ ଚେତାଇ ଦେଇଛି ରାଜ୍ୟ ସରକାରଙ୍କୁ ମଧ୍ୟ। ଆଉ ବଡ଼ମ୍ବା ନରସିଂପୁରର ବ୍ଲକ୍ ଘେରାଉ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ବିଜେଡି
ନୂଆ ଟିମ୍ ପରେ କେନ୍ଦ୍ର କ୍ୟାବିନେଟ ମିଟିଂରେ ବଡ଼ ନିଷ୍ପତ୍ତି । ରାଜ୍ୟମାନଙ୍କ ପାଇଁ କୋଭିଡ୍ ପାଣ୍ଠି ଅନୁଦାନ ନେଇ ନିଷ୍ପତ୍ତି । ୨୩,୧୨୩ କୋଟିର କୋଭିଡ୍ ପାଣ୍ଠି ପାଇଁ ନିଷ୍ପତ୍ତି ।
ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ମୋଦି ସରକାରର ମନ୍ତ୍ରୀ। ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ। ଶ୍ରୀ ବୈଷ୍ଣବ ରାଜ୍ୟସଭାରୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି
ଆବାସ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପୁଣି ଥରେ ବିଜେପି ଟାର୍ଗେଟ କରିଛି। ରାଜ୍ୟରେ ଜିଓ ଟ୍ୟାଗିଂ ହୋଇପାରୁନି ଏବଂ ଅଣଫନି ପ୍ରଭାବିତ ଜିଲ୍ଲା ପାଇଁ ଆବାସ ଘର ମାଗିଛନ୍ତି।
ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟ୍ରେ ବଡ଼ ଧରଣର ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର୍ । ମୋଦି ସରକାରର ଦ୍ୱିତୀୟ ପାଳିକୁ ୟା ଭିତରେ ଦୁଇ ବର୍ଷ ପୂରି ସାରିଥିଲେ ବି ଏଯାଏଁ କ୍ୟାବିନେଟ୍ ସଂପ୍ରସାରଣ ହୋଇନାହିଁ । ଆବଶ୍ୟକତାଠୁ ବହୁ କମ୍ ମନ୍ତ୍ରୀରେ…
ଆନ୍ଧ୍ରପ୍ରଦେଶରେ ବଂଶଧାରା ନଦୀ ଉପରେ ହେବାକୁ ଥିବା ନେରେଡ଼ି ବ୍ୟାରେଜ ଦ୍ୱାରା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି ବିଜେପି ଟିମ୍ । ଏହି ଅବସରରେ ବିଜେପି ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ କାଶୀନଗର ବ୍ଲକର ୩ଟି ଗାଁ ପରିଦର୍ଶନ…
ନୂଆଦିଲ୍ଲୀ: ୫ ରାଜ୍ୟରେ ନିର୍ବାଚନ ନେଇ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦଳର ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ…
ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…
ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସାକ୍ଷାତକାର ମହାରାଷ୍ଟ୍ର ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ରାଜନୀତି…
ଭୁବନେଶ୍ୱର: ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ ପୋଲ ।…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ…