କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
ଧୀରେ ଧୀରେ ମହାରାଷ୍ଟ୍ରରେ ମହାସଙ୍କଟ ଘନେଇବାରେ ଲାଗିଛି । ସମୟ ଯେତେ ଗଡ଼ୁଛି ମହାରାଷ୍ଟ୍ର ସରକାରଙ୍କ ପାଇଁ ସେତେ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।
ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି।
କେବଳ ରବର୍ଟ ଭଦ୍ରା ନୁହଁ, ପୁରା ଗାନ୍ଧି ପରିବାର ହିଁ ରିଅଲ ଇଷ୍ଟେଟ କାରବାର ପ୍ରତି ମୋହଗ୍ରସ୍ତ ଥିଲା ବୋଲି କହି କଡ଼ା ସମାଲୋଚନା କରିଛନ୍ତି ସ୍ମୃତି ।
ଚ୍ୟାଲେଞ୍ଜ ହାରିଗଲେ ନୀତିନ ଗଡ଼କରୀ । ଏବେ ଦେବେ ୧୫,୦୦୦ କୋଟି ଟଙ୍କା...
ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି ।
ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।
ଗୁଜୁରାଟ୍ ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ। ଗାନ୍ଧିନଗରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଜେପିରେ ମିଶିଲେ ହାର୍ଦ୍ଦିକ ।
କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।
ଗୁଜୁରାଟ୍ ନିର୍ବାଚନ ପୂର୍ବରୁ କିଛିଦିନ ତଳେ ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଛାଡ଼ିଥିଲେ । ଗତକାଲି ହାର୍ଦ୍ଦିକ କହିଛନ୍ତି ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା ଏକ ବିକଳ୍ପ ହୋଇ ରହିଛି ।
ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।
ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।
ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।
ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।
୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।
ବିଜେପିରେ ଯୋଗ ଦେଇଛନ୍ତି ସୁନୀଲ ଜାଖର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁନୀଲ ଜାଖର୍ ।
ବ୍ରଜରାଜନଗର ଉପନିର୍ବାଚନ : ବିଜେପି ଘୋଷଣା କରିଛି ପ୍ରଚାରକ ତାଲିକା
ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ ।
ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି । ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା ।
ସେ ଟ୍ୱିଟ୍ କରି, ଆମ ଦେଶର ଦକ୍ଷ ବୈଜ୍ଞାନିକ ଏବଂ ସେମାନଙ୍କ ଉଦ୍ୟମକୁ କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି ।
ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।