୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?
୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ୫ ଦିନ ଡ୍ରାଏ ଡେ’ ନେଇ ରହିଛି କଡ଼ା ନିର୍ଦ୍ଦେଶ । ପ୍ରଚାର ଶେଷ ଦିନଠାରୁ ଗଣତି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମଦ ବିକ୍ରି ।
ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।
ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍
ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।
୨୦ ଫୁଟ ଗାତ ଖୋଳିବା ଏହି ସନ୍ଦେହକୁ ଅଧିକ ଘନୀଭୂତ କରିଛି ବୋଲି ସେ କହିଛନ୍ତି।
୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।
ଯୋଗୀ ଆଦିତ୍ୟନାଥ ପୁଣି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ । ବିଜେପି ନେତାମାନେ ପୂର୍ବରୁ କହି ସାରିଥିଲେ, ଦଳ କ୍ଷମତାକୁ ଆସିଲେ ଯୋଗୀ ସରକାର ହିଁ ହେବ । 2017 ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।
ଟ୍ରେଣ୍ଡ୍ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି।
ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍ଜିଟ୍ ପୋଲ୍ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।
ଗୋଆରେ ସରକାର ଗଢ଼ିବ ବିଜେପି ! ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏଭଳି ପୂର୍ବାନୁମାନ କରାଯାଇଛି । ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ ଏଭଳି ଆକଳନ କରାଯାଇଛ ।
ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।
ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି ।
ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି।
ଏଥର ପଞ୍ଚାୟତ ନିର୍ବାଚନର ଟ୍ରେଣ୍ଡ୍କୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭୋଟ୍ ପାଇଁ ନବୀନ ସରକାର ଜନସାଧାରଣଙ୍କୁ ଟଙ୍କା ଦେଇଛନ୍ତି।
୫ଟି ପର୍ଯ୍ୟାୟରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଆଜିଠାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ବିଜେଡି ବାଜି ମାରିଥିଲା।
ଆଜି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପଡିଥିବା ବେଳେ, ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଫେରାଦ ହୋଇଛନ୍ତି ବିଜେପି ଓ ବିଜେଡିର ପ୍ରତିନିଧି ମଣ୍ଡଳୀ । ବଲାଙ୍ଗିର ବେଲପଡ଼ାରେ ପ୍ରିଜାଇଡିଂ ଅଫିସରଙ୍କ ଭୂମିକା ନେଇ ପ୍ରଶ୍ନ କରିଛି ବିଜେପି ।