/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648455663.jpg)
TMC, BJP Come To Blows In Bengal Assembly
ପଶ୍ଚିମବଙ୍ଗ ବିଧାନସଭାରେ ବିଧାୟକଙ୍କ ମଧ୍ୟରେ ମାର୍ପିଟ୍। ବିଜେପି ଓ ଟିଏମ୍ସି ବିଧାୟକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ବିଧାୟକ ମନୋଜ ତିଗା ଓ ଟିଏମ୍ସି ବିଧାୟକ ଅସିତ୍ ମଜୁମଦାରଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ଏହି ଗଣ୍ଡଗୋଳରେ ଅସିତ୍ ମଜୁମଦାର ଆହତ ହୋଇଥିବା ସୂଚନା ମିଳିଛି।
ପଶ୍ଚିମବଙ୍ଗ ବିଧାନସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ। ହେଲେ ଆଜି ଶେଷ ଦିନରେ ବିଧାନସଭାରେ ଏହି ଗଣ୍ଡଗୋଳ ଘଟିଛି। ମାର୍ପିଟ୍ ଘଟଣା ପରେ ବିଜେପି ବିଧାୟକ ବିଧାନସଭାରୁ ବାହାରକୁ ଚାଲି ଆସିଥିଲେ। ଅଭିଯୋଗ ଆଣି ବିଧାୟକ ମନୋଜ ତିଗା କହିଛନ୍ତି, ବୀରଭୂମ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ଆମେ ଚାହୁଁଥିଲୁ। ହେଲେ ଏନେଇ ହଙ୍ଗାମା ହୋଇଥିଲା। ଏହାପରେ ଟିଏମ୍ସି ବିଧାୟକମାନେ ଠେଲାପେଲା କରିବା ସହ ମାର୍ପିଟ୍ କରିଥିଲେ।
Absolute pandemonium in the West Bengal Assembly. After Bengal Governor, TMC MLAs now assault BJP MLAs, including Chief Whip Manoj Tigga, as they were demanding a discussion on the Rampurhat massacre on the floor of the house.
What is Mamata Banerjee trying to hide? pic.twitter.com/umyJhp0jnE
— Amit Malviya (@amitmalviya) March 28, 2022
ଘଟଣାକୁ ନେଇ ମନୋଜ ତିଗା ବିଧାନସଭା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ କହିଥିଲେ- ଟିଏମ୍ସି ବିଧାୟକମାନେ ତାଙ୍କୁ ଠେଲାପେଲା କରିବା ସହ ମାର୍ପିଟ୍ କରିଥିଲେ। ଏପରିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ି ହୋଇଯାଇଛି। ଗଣ୍ଡଗୋଳ ଘଟଣାରେ ନିଜେ ମଧ୍ୟ ଆହତ ହୋଇଥିବା ନେଇ ବିଧାୟକ ଅସିତ୍ ମଜୁମଦାର କହିଛନ୍ତି।
ଅନ୍ୟପକ୍ଷରେ, ଏହି ଘଟଣାରେ ୫ ଜଣ ବିଜେପି ବିଧାୟକଙ୍କୁ ସସ୍ପେଣ୍ଡ୍ କରାଯାଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)