ଦିବ୍ୟଶଙ୍କରଙ୍କ ପ୍ରବେଶ ଯୋଗୁଁ ବିଧାନସଭାର ପବିତ୍ର ଗୃହ ଅପବିତ୍ର ହୋଇଯାଇଛି। ଏଥିପାଇଁ ଗୃହ ବାହାରେ ବିଜେପିର ବିଧାୟକମାନେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରିଛନ୍ତି ବିଜେପି ବିଧାୟକ ।
ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚେତାବନୀ ଦେଇଛନ୍ତି ।
ମମିତା ମେହେର ହତ୍ୟା ମାମଲାରେ ଆନ୍ଦୋଳନକୁ ଜୋରଦାର କରିବ ବିଜେପି । ଆସନ୍ତା ୯ ତାରିଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ନିଷ୍ପତ୍ତି ନିଆଯାଇଛି
ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।
'ବିଜେଡି ଗୋଟେ ବାହୁବଳୀ ଦଳ। ଏ ଦଳ ଆଗେ କହୁ ଗ୍ଯାସ୍ ଓ ପେଟ୍ରୋଲରୁ କେତେ ଲୁଟୁଛି। ବିଜେଡି କଣ ଭଗବାନ କି?'
ଜଣେ ମନ୍ତ୍ରୀଙ୍କ ନାଁରେ ମାମଲା ଥିବା ବେଳେ ସେ ଗୃହରେ ପଶିଲେ କେମିତି? ଉତ୍ତର ଦିଅନ୍ତୁ ବାଚସ୍ପତି : ମୋହନ ମାଝୀ
ବିଧାନସଭା ଆରମ୍ଭରୁ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭାର ପ୍ରବେଶ ଦ୍ୱାରରେ ବସି କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି।
୨୦୨୪ ରେ ଓଡ଼ିଶା ଦଖଲ କରିବା ଲକ୍ଷ୍ୟରେ ବିଜେପି : ପଂଚାୟତ ନିର୍ବାଚନ ଦଳ ପାଇଁ ସେମି ଫାଇନାଲ ମ୍ୟାଚ୍ ସଦୃଶ୍ୟ
ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I
ଶୀତ ଦିନିଆ ପରିବେଶ ଥଣ୍ଡା, ହେଲେ ପଲିଟିକାଲ୍ ମାହୋଲ୍ ଗରମ । ତାତିବ ବିଧାନସଭାର ଶୀତ ଅଧିବେଶନ । ଯାହାର ଝଲକ୍ ଦେଖିବାକୁ ମିଳିଛି ଅଧିବେଶନ ପୂର୍ବର ସର୍ବଦଳୀୟ ବୈଠକରେ ।
ଗୃହରେ ହୋହାଲ୍ଲା କରୁଥିଲେ ବିରୋଧୀ । ଆଉ ଏତିକି ବେଳେ ପ୍ରତ୍ୟାହାର ହେଲା କୃଷି ଆଇନ । ମାତ୍ର ୪ ମିନିଟ୍ ପରେ ପାର୍ ହେଲା ବିଲ୍ ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି । ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ଏହି ୧୫ ଜଣିଆ କୋର୍ ଟିମ ଗଠନ କରିଛି ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।
ପୂର୍ବରୁ ସମ୍ପାଦକୀୟ ଲେଖି ସରକାର ଓ ଦଳକୁ ଘାଇଲା କରିଥିବା ସୌମ୍ୟ ଏବେ ଦଳ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପଚାରିବାରୁ ପାଲଟା କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି ସୌମ୍ୟ ।
ଅଗରତାଲା ମହାନଗର ନିଗମ ସମେତ ୧୪ଟି ପୌରାଞ୍ଚଳରେ ହୋଇଥିବା ଭୋଟ୍ରେ ଜନମତ ପୋଛିନେଲା ଭାରତୀୟ ଜନତା ପାର୍ଟି ।
ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ ।
ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଛି।
ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି ସାଂସଦ କହିଛନ୍ତି।
କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।
ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି ? ପଂଚାୟତ ଭୋଟ୍ ପୂର୍ବରୁ ଆଗ୍ରେସିଭ୍ ମୁଡରେ ବିରୋଧୀ। ମମିତା-ଚାଷୀ-ବେକାରୀ ପ୍ରସଙ୍ଗରେ ତୀବ୍ର ହେବ ଆନ୍ଦୋଳନ ।
ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଘମାସାନ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ, ବଢୁଥିବା ଦୁର୍ନୀତି ଭଳି ଘଟଣାକୁ ନେଇ ସରକାର ବ୍ୟାକ୍ଫୁଟ୍ରେ ଥିବା ବେଳେ ବିଜେଡିକୁ କାଠଗଡ଼ାକୁ ଟାଣିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି ।
ପୂର୍ବରୁ ସତ୍ତା ନ ଥିଲେ ବି ଆସାମ ଓ ତ୍ରିପୁରାରେ ବିଜେପି କ୍ଷମତାକୁ ଆସିଲା.. ସେହିପରି ଓଡ଼ିଶାରେ ବି କିଛି ଅସମ୍ଭବ ନୁହେଁ.. ଟିମ୍ ଓ୍ୱାର୍କ ହୋଇ କାମ କଲେ ସବୁ ସମ୍ଭବ..ଆଗାମୀ ନିର୍ବାଚନରେ ଚିତ୍ର ବଦଳିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ବିଜେପି ରାଜ୍ୟ ପଦାଧିକାରୀ ବୈଠକ। ରାଜ୍ୟ ବିଜେପି କାଯର୍ୟାଳୟରେ ବସିବ ଏହି ବୈଠକରେ । ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ଯୋଗ ଦେଇପାରନ୍ତି।