Advertisment

ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର ! ଜଣଙ୍କୁ ୫ରୁ ୧୦ ଲକ୍ଷ ଟଙ୍କାର ଅଫର୍‌ !

ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress Accuses BJD Of Horse-Trading In Block Chairman Posts

Congress Accuses BJD Of Horse-Trading In Block Chairman posts

ବ୍ଲକ୍‌ ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ସମର୍ଥନରେ ଥିବା ପ୍ରାର୍ଥୀଙ୍କୁ  ଲୋଭ ଦିଆଯାଉଛି। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ ଲେଖାଏ ଦେବାକୁ ବିଜେଡି ଅଫର ଦେଇଛି।

Advertisment

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ଅଭିଯୋଗ ପ୍ରସଙ୍ଗରେ ସାଲୁଜା କହିଛନ୍ତି, ୨୨ ବର୍ଷ ହେଲା କଂଗ୍ରେସ ଶାସନରେ ନାହିଁ। ତେଣୁ ଶାସକ ଦଳ ହିଁ ଛଳନା ରାଜନୀତି କରୁଛି। ସେପଟେ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଛି। ଟଙ୍କା ବଳରେ ପଞ୍ଚାୟତ ଭୋଟ୍‌ ପାଇବା ପରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ବିଜେଡି ଟଙ୍କାକୁ ଅସ୍ତ୍ର କରିଥିବା ବିଜେପି ଅଭିଯୋଗ ଆଣିଛି।

ଅର୍ଥ ବଳରେ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ବିଜେପି କହିଛି। ସେପଟେ ବିରୋଧୀଙ୍କ ଅଭିଯୋଗର ସତ୍ୟତା ନଥିବା ବିଜେଡି କହିଛି। ୭୬୬ ଜିଲ୍ଲା ପରିଷଦ ଜିତୁଥିବା ଶାସକ ଦଳ ବ୍ଲକ୍‌ ଅଧ୍ୟକ୍ଷ ପଦ ପାଇଁ କାହିଁକି ଚିନ୍ତା କରିବ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

Advertisment
BJD BJP Congress Congress MLA Santosh Singh Saluja Block Chairman
Advertisment
Advertisment