ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ପିଟିଆଇର ଖବର । ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ସମର୍ଥନ କରିବ ବିଜେଡି ।
ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।
ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ
ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର ।
ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍ ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।
ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।
ପ୍ରଶ୍ନ ଉଠୁଛି କ୍ଷୁର୍ଣ୍ଣ ହେଉନି ତ ବାଚସ୍ପତିଙ୍କ ପଦ ମର୍ଯ୍ୟାଦା ? ପଦ ପୂରଣରେ ଜାଣି ଶୁଣି ଶାସକ ବିଜେଡି ସମୟ ଗଡ଼େଇ ଚାଲିଛି ନା ଅଛି କିଛି ଦଳୀୟ କେଁ ? ଏବେ ବିନା ବାଚସ୍ପତିରେ ଚାଲିଛି ବିଧାନସଭାର ବିଭିନ୍ନ କାର୍ଯ୍ୟ।
ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କେମିତି ଜଗତସିଂହପୁର ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ ।
5Tସଚିବଙ୍କ ଜିଲ୍ଲା ଗସ୍ତ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ଉଠାଇବେ ବିଜେପି ଓ କଂଗ୍ରେସ।
ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍ର ହେବ ପ୍ରଚାର ।
ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।
NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।
୨୪ ମହାସମର ପୂର୍ବରୁ ରାଜନୈତିକ ଦଳଙ୍କ ମହାମେଳି । ଶକ୍ତି ପ୍ରଦର୍ଶନ ମୁଡରେ ଉଭୟ ଶାସକ ଓ ବିରୋଧୀ । କଂଗ୍ରେସ ସମେତ ମିଳିତ ବିରୋଧୀ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଥିବା ବେଳେ, ବିଜେପି ନେତୃତ୍ୱାଧୀନ NDA କାଲି ଦିଲ୍ଲୀରେ ବଳ ଦେଖାଇବ । ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଂଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୪କୁ ବଢ଼ିବ ବୋଲି ଆଶା ରଖିଛି । ତେଣେ NDA ବୈଠକରେ ୩୮ଟି ଦଳ ଏକାଠି ହେବେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଣେ ବିଜେଡି ସମଦୂରତା ନୀତିରେ ବଜାୟ ରହିଥିବା ଦୋହରାଇଛି ।
‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି ।
ବିଜେଡିର ମିଶନ୍ ପଶ୍ଚିମ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି। ହେଲେ ବାଧକ ସାଜିଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। ପଶ୍ଚିମରେ ଭୋଟ୍ ଟାଣିବାକୁ ପ୍ୟାକେଜ୍ ପରେ ପ୍ୟାକେଜ୍ ଘୋଷଣା। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିକୁ ମିଳିଥିଲା ଆଶାତିତ ସଫଳତା।
ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍।
ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ ଭୋପାଲରେ ବିସ୍ତାରକଙ୍କୁ ମୋଦି ପଢାଇଥିବା ବୁଥ ମାନେଜମେଣ୍ଟ ପାଠ କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ସେ ନେଇ ବି ବିସ୍ତାରକମାନଙ୍କ ସହ ବୈଠକ କରିଛନ୍ତି ବିଜେପି ରାଜ୍ୟ ସଭାପତି ଏବଂ କ୍ଷେତ୍ରୀୟ ପ୍ରଭାରୀ।...
ଭୋଟ୍ ହାତେଇବା ପାଇଁ ବୁଥ୍କୁ ଫୋକସ୍ । ବିଜେପି-ବିଜେଡି ଲଢେଇ ପାଇଁ ଗ୍ରାଉଣ୍ଡ ୱାର୍କ । ତୃଣମୂଳ ସ୍ତରରେ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ଦିଆଯାଉଛି ଟାସ୍କ । ବଂଶଲଙ୍କ ଷ୍ଟ୍ରାଟେଜି ବାନାମ୍ ନବୀନଙ୍କ ରଣନୀତି ।
ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।
ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।
କେବଳ ବିରୋଧ ହେଉନି ଏବେ ସଚିବଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ନିଶାନା କରାଯାଉଛି। ଏହାକୁ ନେଇ ସରକାର ଅଡୁଆରେ ପଡ଼ିବା ପରେ ବଦଳିଛି ଆଭିମୁଖ୍ୟ।
ପାଣ୍ଡିଆନଙ୍କ ପଲିଟିକାଲ ଷ୍ଟାଇଲ୍ ଗସ୍ତକୁ ନେଇ ଥମୁନି ବିରୋଧ । ତୀବ୍ର ବିରୋଧ ପରେ ରାଜ୍ୟ ସରକାରଙ୍କ ନୂଆ ଚାଲ୍ ।