• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅଷ୍ଟ୍ରେଲିଆ ସିନେଟ ସଭାପତି ସୁ ଲାଇନସ ଓ ଅଷ୍ଟ୍ରେଲିଆ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ମିଲଟନ ଡିକଙ୍କ ନେତୃତ୍ବରେ ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ତାଙ୍କୁ ଭେଟିଛନ୍ତି । ବୈଜୟନ୍ତଙ୍କ ବାସଭବନରେ ସାକ୍ଷାତ ଅବସରରେ ଭାରତ ଓ ଅଷ୍ଟ୍ରେଲିଆର ସୁସମ୍ପର୍କ ନେଇ ଆଲୋଚନା କରିଛନ୍ତି । ଜଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ବରେ ବିଶ୍ବରେ ଭାରତର ଲୋକପ୍ରିୟତା, ଅଭିବୃଦ୍ଧି ସହ ବିଜେପିର ଲୋକପ୍ରିୟତା ସେମାନଙ୍କୁ ଆକୃଷ୍ଟ କରିଛି ବୋଲି କହିଛନ୍ତି । ତେବେ ଆଲୋଚନା ସଫଳ ହୋଇଥିବା ନେଇ ସୂଚନା ମିଳିଛି । ଉକ୍ତ ଆଲୋଚନାରେ ଅଷ୍ଟ୍ରେଲିଆ ସାଂସଦ ଲିବି କୋକର, ମୁଖ୍ୟ ସଚେତକ ଯୋଆନି ରିୟାନ, ସିନେଟର ଡିନ୍ ସ୍ମିଥ୍, ସିନେଟର ରାଲିଫ ବାବେଟ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ସଫଳ ହୋଇଥିବା ବୈଜୟନ୍ତ ପଣ୍ତା ପ୍ରକାଶ କରିଛନ୍ତି ।