ଓଡ଼ିଶା କ୍ୟାଡରର ଏହି ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଥିପାଇଁ କେନ୍ଦ୍ର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ହୋଇଛି ।
ଗୋଟିଏ ପଟେ ବିଜେପି ବାରମ୍ବାର ସରକାର ଓ ସଚିବଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ କଂଗ୍ରେସ ବି ଫୁଲ୍ ଦମ୍ରେ ଆଗକୁ ଆସିଛି ।
ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କେନ୍ଦ୍ରକୁ ଜଣାଇଛନ୍ତି ବିଜୟ ।
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
ପାଣ୍ଡିଆନଙ୍କ ବରଗଡ଼ ଗସ୍ତ ବେଳେ ବର୍ଷିଲା ବିଜେପି । ବାସ୍ତବରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ, ଦଳରେ କଣ କେହି ବି ଯୋଗ୍ୟ ଜନପ୍ରତିନିଧି ନାହାଁନ୍ତି ବୋଲି ପଚାରିଛି କଂଗ୍ରେସ।
ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା।
ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା । ରାଜ୍ୟ ସରକାର ଉପରେ ବର୍ଷିଲେ ନଡ୍ଡା ।
ନଡ୍ଡାଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରିୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଲୋକମାନେ ଏହି ସରକାର ପ୍ରତି ଅତିଷ୍ଠ ହୋଇସାରିଲେଣି । ତେଣୁ ପରିଶ୍ରମ କଲେ ଏଥର ଓଡ଼ିଶାରେ ମଧ୍ୟ ହେବ ବିଜେପି ସରକାର ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେଡିକୁ ସିଧା ନିଶାନା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସଭାକୁ ସମ୍ବୋଧିତ କରିବେ । ବୁର୍ଲା ଏମସିଏଲ ଗେଷ୍ଟ ହାଉସରୁ ବାହାରି ଭବାନୀପାଟଣା ପହଞ୍ଚିବା ପରେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ କରିବେ ନଡ୍ଡା ।
ବିଜେପିର ମିଶନ୍ ଓଡ଼ିଶା, ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।
ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି ।
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନ୍ୟୁୟର୍କରେ ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ।
ସେ ଗୁରୁତର ଅସୁସ୍ଥ ହୋଇ ପ୍ରଥମେ ଭୁବନେଶ୍ୱର ଏମ୍ସ ଓ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଥିଲେ।
ମୁଖ୍ୟମନ୍ତ୍ରୀ ସୁସ୍ଥ କି ନୁହେଁ, ସାଲୁଜା ମାଗିଲେ ସ୍ପଷ୍ଟୀକରଣ । 5T ସଚିବଙ୍କ ବାବଦରେ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଝଡ଼, ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ ।
ଗ୍ରୀଡକୋ ଅଫିସ ଘେରାଉ କରି ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ। ସୁନ୍ଦରଗଡ଼, ଢେଙ୍କାନାଳ, ବାଲେଶ୍ୱରରେ ତାତିଲେ ଲୋକେ।
ବିଜେଡି ନେତାଙ୍କ ମନ୍ତବ୍ୟ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟୀକରଣ ଦେବା ଦରକାର କହିଲେ ସାଲୁଜା ।
ବିଜେଡିକୁ ଘାରିଛି କି ଲୋକସଭା ନିର୍ବାଚନର ଭୟ ? ମୋଦି ଲହର ନା ଭୋଟ୍ ବିଭାଜନ ଡର ? ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ ବି କମ୍ ସମୟ ରହିଲା । ସେଥିପାଇଁ ସବୁ ଦଳ ଏବେ କ୍ଷେତ୍ର ପ୍ରସ୍ତୁତିରେ ବ୍ୟସ୍ତ । ଆଉ ସମସ୍ତଙ୍କ ଫୋକସରେ ରହିଛି ସଙ୍ଗଠନ ।
SHGଙ୍କୁ କାମ ନମିଳିବା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ପାୱାର କଟ୍କୁ ସିଧାସଳଖ ମାନିଲେନି, ହେଲେ ସତ ଧରାଇ ଦେଲେ ଖୋଦ୍ ଶକ୍ତିମନ୍ତ୍ରୀ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ହେଉଛି ବିଜୁଳି ବିଭ୍ରାଟ । ତଥ୍ୟ କହୁଛି ବିଦ୍ୟୁତ୍ ଭିତ୍ତିଭୂମି ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩୭ ହଜାର କୋଟିରୁ ଅଧିକ ଖର୍ଚ୍ଚ କରିଥିବା ବେଳେ, ଦୁର୍ବଳ ଭିତ୍ତିଭୂମି ପାଇଁ କିଏ ଦାୟୀ ତାକୁ ନେଇ ପ୍ରଶ୍ନ ଉଠିଲାଣି । ବିରୋଧୀ ସରକାରଙ୍କୁ ଉତ୍ତରଦାୟୀ କରିଥିବାବେଳେ ଖୋଦ ବିଜେଡି ସାଂସଦ ବି ଏନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଭିତରେ ଆସନ୍ତାକାଲି ବିଜୁଳି ସମସ୍ୟାର ସମୀକ୍ଷା କରିବେ ଖୋଦ୍ ମୁଖ୍ୟ ଶାସନ ସଚିବ ।
ମାନିଲେ ଶକ୍ତିମନ୍ତ୍ରୀ । ଆଉ ତା ସହ ନିଜ ବିଭାଗର ପୋଲ୍ ନିଜେ ଖୋଲିଲେ । ରାଜ୍ୟରେ ଭିତ୍ତିଭୂମିର ଅଭାବ ପାଇଁ ଯାଉଛି ବିଜୁଳି ।
ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।