ମଧ୍ୟପ୍ରଦେଶରେ ବି ସମାନ ଫର୍ମୁଲା ଆପଣାଇଛି ଦଳ । ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଦଳ ବାଚସ୍ପତି କରିଥିବା ବେଳେ ନୂଆ ଚେହେରା ଭାବେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ।
ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି ।
MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।
ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।
୫୯ ବର୍ଷୀୟ ବିଷ୍ଣୁ ଦେଓ ବିଜେପିର ବରିଷ୍ଠ ନେତା। କୁନକୁରୀ ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି। କୁନକୁରୀ ସୀମା ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାକୁ ଲାଗିଛି। ବିଜେପିର ଆଦିବାସୀ ଚେହେରା ବିଷ୍ଣୁଦେଓ ।
ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।
୧୨ଶହ ପଞ୍ଚାୟତ ଗସ୍ତ ସରିଲାଣି। ବାକି ୫ ହଜାର ପଞ୍ଚାୟତକୁ ଶୀଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା। ଶୀର୍ଷ ନେତୃତ୍ୱଙ୍କଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତ୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ।
କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ ।
କିଏ କହୁଛି ୨ ଶହ କୋଟି, କାହାର ଆକଳନ ୫ ଶହ କୋଟି । ରାଜ୍ୟର ଦେଶୀ ମଦଭାଟି ଉପରେ ଆଇଟି ରେଡରୁ ପ୍ରଥମ କରି ଏମିତି ଟଙ୍କାର ପାହାଡ଼ ଠାବ ହେବାକୁ ନେଇ ସାରା ଦେଶରେ ଚହଳ, ହୁଲସ୍ତୁଲ ରାଜ୍ୟ ରାଜନୀତି । ରାଜ୍ୟ ବିଜେପିର ସିଧା ନିଶାନାରେ ନବୀନ ସରକାର ।
କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି,
ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ବୋଲି ସେ ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।
ଭାରତରେ ଯେତେ ବଡ ସ୍କାମ ହୋଇଛି ସେଥିରେ କଂଗ୍ରେସର ହାତ ରହିଛି । ବର୍ତ୍ତମାନ ପାଣ୍ଡୋରା ବକ୍ସ ଖୋଲିଛି, ଆଗକୁ ଆହୁରି ରେଡ୍ ହେବ-ଅପରାଜିତା ।
ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି।
କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।
ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟ ଯାଇ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିବେ । ଏହାରି ଭିତରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିଛନ୍ତି କିଛି ତୁଙ୍ଗ ନେତା ।
ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।
ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍ । ସଫଳ ହେଲା ବିଜେପିର ଏମପି ଫର୍ମୁଲା । ଓଡ଼ିଶାରେ ବି ଏମପି ଫର୍ମୁଲା ଆପଣାଇବ କି ବିଜେପି ?
ଓଡ଼ିଶାରେ ସାଧାରଣ ନିର୍ବାଚନରେ ଟିକେଟ ବାଣ୍ଟିବାକୁ ବିଜେପି ଆପଣାଇବ କି ଏମପି ଫର୍ମୂଲା ? ବିଧାନସଭାରେ ଲଢିବେ କି ସାଂସଦ ? ଚର୍ଚ୍ଚା ହେଉଛି ୩ ରାଜ୍ୟରେ ସଫଳତା ପଛରେ ଇଏ ବି ଥିଲା ଏକ ବଡ଼ ଷ୍ଟ୍ରାଟେଜୀ।
ବିଧାନସଭା ନିର୍ବାଚନରେ ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।
ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶାରେ ପ୍ରମୁଖ ଚାଷ ଧାନଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି। ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪ ଶହ ଟଙ୍କାରେ ଦଲାଲମାନଙ୍କୁ ବିକିବା ପାଇଁ ବାଧ୍ୟ ହେଉଛି।
ଓଡିଶାରେ ବିଜେପି ଆପଣାଇବ କି ମଧ୍ୟପ୍ରଦେଶ ଆଉ ଛତିଶଗଡ ବିଜୟ ଫର୍ମୂଲା ? ରାଜ୍ୟରେ କରିପାରେ କି ମଧ୍ୟପ୍ରଦେଶର ଲାଡଲି ବେହେନା ଆଉ ଛତିଶଗଡରେ ଦଳର ମହତାରୀ ବନ୍ଦନ ଭଳି ସ୍କିମ୍ ଷ୍ଟ୍ରାଟେଜି ?
ବିଜେପି କେବଳ ଗୋ-ମୂତ୍ର ରାଜ୍ୟରେ ହିଁ ନିର୍ବାଚନ ଜିତିପାରିବ । ଏପରି ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି DMK ଏମପି ସେନ୍ତିଲ କୁମାର । ହିନ୍ଦୀ ଭାଷାଭାଷୀ ଅଞ୍ଚଳକୁ ସେ ଗୋ-ମୂତ୍ର ପିଉଥିବା ଅଞ୍ଚଳ ଭାବେ ଅଭିହୀତ କରିଛନ୍ତି ।