/odishatv-khabar/media/post_attachments/uploadimage/library/16_9/16_9_0/BJP_MLA_1697105378.jpg)
BJP MLA
ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯିବ ବିଜେପି ବିଧାୟକ ଦଳ। ରାଜ୍ୟ ବିଜେପିର ସମସ୍ତ ୨୨ ଜଣ ଯାକ ବିଧାୟକ ଦିଲ୍ଲୀ ଯିବେ। ଏନେଇ ତାରିଖ ନିର୍ଘଣ୍ଟ ହୋଇ ନ ଥିବାବେଳେ ଖୁବଶୀଘ୍ର ଦିଲ୍ଲୀ ଯିବେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ଏଥିସହ ବିଧାୟକମାନେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ମଧ୍ୟ ଭେଟି ସଂଗଠନ ବାବଦରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
#ଦିଲ୍ଲୀ_ଯିବେ_୨୨_ବିଜେପି_ବିଧାୟକ
ଦିଲ୍ଲୀ ଯିବେ ଓଡ଼ିଶାର ୨୨ ଜଣିଆ ବିଜେପି ବିଧାୟକ ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଯିବେ । ତାରିଖ ସ୍ଥିର ହୋଇ ନଥିବା ବେଳେ ଖୁବଶୀଘ୍ର ଯିବା ନେଇ ସୂଚନା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିବେ ବିଧାୟକ ଦଳ । #BJP#Odisha#OTVpic.twitter.com/IPjPIckNXR— ଓଟିଭି (@otvkhabar) October 12, 2023
ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ। ସେପଟେ ବିଜେପି ବିଧାୟକ ଦିଲ୍ଲୀ ଯିବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ବିଜେପି-ବିଜେଡି ଭାଇ ଭାଇ। ଯେତେ ଦିଲ୍ଲୀ ଗଲେ କେନ୍ଦ୍ର କିଛି ଶୁଣିବନି। ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତିରେ ସିବିଆଇ ଓଡ଼ିଶାରେ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ। ବିଜେଡି ବି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)