Advertisment

ଦିଲ୍ଲୀ ଯିବେ ୨୨ ଜଣିଆ ବିଜେପି ବିଧାୟକ ଦଳ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କୁ ଭେଟିବା କାର୍ଯ୍ୟକ୍ରମ

ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJP MLA

BJP MLA

ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ଯିବ ବିଜେପି ବିଧାୟକ ଦଳ। ରାଜ୍ୟ ବିଜେପିର ସମସ୍ତ ୨୨ ଜଣ ଯାକ ବିଧାୟକ ଦିଲ୍ଲୀ ଯିବେ। ଏନେଇ ତାରିଖ ନିର୍ଘଣ୍ଟ ହୋଇ ନ ଥିବାବେଳେ ଖୁବଶୀଘ୍ର ଦିଲ୍ଲୀ ଯିବେ। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର। ଏଥିସହ ବିଧାୟକମାନେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ମଧ୍ୟ ଭେଟି ସଂଗଠନ ବାବଦରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

Advertisment

ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ। ସେପଟେ ବିଜେପି ବିଧାୟକ ଦିଲ୍ଲୀ ଯିବା ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ବିଜେପି-ବିଜେଡି ଭାଇ ଭାଇ। ଯେତେ ଦିଲ୍ଲୀ ଗଲେ କେନ୍ଦ୍ର କିଛି ଶୁଣିବନି। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତିରେ ସିବିଆଇ ଓଡ଼ିଶାରେ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ। ବିଜେଡି ବି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ।

Advertisment
BJP Jayanarayan Mishra Odisha
Advertisment
Advertisment