Advertisment

ମହିଳା ଭୋଟ୍ ପାଇଁ ନବୀନ ସରକାରଙ୍କ ଆଉ ଏକ ଥୋପ ! ଲଞ୍ଚ ହେଲା ମିଶନ୍ ଶକ୍ତି ସ୍କୁଟର ଯୋଜନା

କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Mission Shakti Scooter Scheme

ମହିଳା ଭୋଟ୍ ନେବାକୁ ବିଜେଡି ସରକାର ଦେଖାଇଲା ସ୍କୁଟର୍ ଲୋଭ । SHGଙ୍କ ପାଇଁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର୍ ଯୋଜନା । ଯେଉଁଥିରେ SHGମାନେ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ। ଏପଟେ କିନ୍ତୁ ଯୋଜନା ଲଞ୍ଚ ହେଉ ହେଉ ଆରମ୍ଭ ହୋଇଯାଇଛି ରାଜନୀତି। ବିଜେପି କହିଛି, ଅନ୍ୟ ଯୋଜନା ଭଳି ଏହା ବି ଫ୍ଲଫ୍ ହେବ। ବିଜେପି କ୍ଷମତାକୁ ଆସିଲେ ମାଗଣାରେ ଗାଡି ଦେବ। ଏସବୁ ଭିତରେ ବ୍ୟବସାୟ କରିବା ପାଇଁ ପୂର୍ବରୁ ଋଣ ନେଇ ସୁଝିନଥିବା ଅନେକ SHGଙ୍କ ପାଇଁ ସ୍କୁଟି ଯୋଜନାରେ ଋଣ ପାଇବା ସମସ୍ୟା ହେଉଛି ।

Advertisment

କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ । ମହିଳା ଭୋଟବ୍ୟାଙ୍କ ମଜଭୁତ କରିବାକୁ ଆସିଥିବା ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ବଣ୍ଟାଯାଇଛି ଗାଡ଼ି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କିମର ଶୁଭାରମ୍ଭ କରିଛନ୍ତି। ଏଥିରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ, କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନଙ୍କୁ ବଣ୍ଟାଯାଇଛି ସ୍କୁଟର।

Advertisment

ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍‌ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ । ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ବହନ କରିବେ। ସେପଟେ ବିଜେପି ସାଂସଦ ଜୁଏଲ୍ ଓରାମ କହିଛନ୍ତି, ବିଜେପି ସରକାର ଆସିଲେ ମାଗଣାରେ ଗାଡ଼ି ଦିଆଯିବ। ସେପଟେ ସ୍କୁଟର ସ୍କିମକୁ ନେଇ ତେଜିଛି ରାଜନୀତି । ମହିଳା ଭୋଟ୍ ନେବାକୁ ବିଜେଡି ସରକାର ସ୍କୁଟର ଲୋଭ ଦେଖାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ବିଜେଡି କହିଛି ଏହି ସ୍କିମ୍ ଭୋଟ୍ ପାଇଁ ନୁହେଁ ମହିଳା ସଶକ୍ତୀକରଣ ପାଇଁ ।

ରାଜ୍ୟରେ ଅନେକ SHG ନୂଆ ସ୍କିମରେ ସ୍କୁଟର ପାଇଁ ଆବେଦନ କରିଛନ୍ତି। କିନ୍ତୁ ଅନେକ ସଦସ୍ୟାଙ୍କୁ ସ୍କୁଟର ମିଳିନଥିବା ଅଭିଯୋଗ ହୋଇଛି। ଯେମିତିକି ନବରଙ୍ଗପୁରରେ ୧୫୫୩ ଜଣ ମହିଳା ଆବେଦନ କରିଥିଲେ। ସେମାନଙ୍କ ଭିତରୁ ମାତ୍ର ୩୧୯ ଜଣଙ୍କ ଋଣ ଆବେଦନ ମଂଜୁର ହୋଇଛି। ଘରୋଇ ବ୍ୟାଙ୍କଗୁଡ଼ିକ ଋଣ ଦେବାକୁ ଅନିଛା ପ୍ରକାଶ କରୁଥିବା କୁହାଯାଉଛି । ସେହିପରି ଜୟପୁର ବ୍ଳକରେ ୧୫୬ ଜଣ ସ୍କୁଟି ପାଇଁ ଆବେଦନ କରିଥିବା ବେଳେ ପାଇଛନ୍ତି ୧୪ ଜଣ। ଅନ୍ୟପକ୍ଷରେ ଅନେକ ସଦସ୍ୟାଙ୍କ ନାଁରେ ପୂର୍ବରୁ ଲୋନ୍ ଥିବାରୁ ଏବେ ସ୍କୁଟି ଋଣ ମିଳିବାରେ ଅସୁବିଧା ହେଉଛି।

Odisha BJD BJP Mission Shakti
Advertisment
Advertisment