ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।
ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !
ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଏମସି କାର୍ଯ୍ୟାଳୟ ଯାଏଁ ପ୍ରତିବାଦ ଶୋଭାଯାତ୍ରା।
ନବରଙ୍ଗପୁର ଉମରକୋଟ ଛାତ୍ରୀ ଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି କୁନ୍ଦେଇ ପୋଲିସ ।
ଅମ୍ବାଭୋନା ଥାନା ଆକ୍ରମଣର ତିନି ଦିନ ପରେ ବି ପୋଲିସ ଓ ଶାସନ କଳର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ। ଆକ୍ରମଣରେ ଶତାଧିକ ଲୋକଙ୍କ ସଂପୃକ୍ତିର ସ୍ପଷ୍ଟ ପ୍ରମାଣ ସତ୍ତ୍ବେ ଏପର୍ଯ୍ୟନ୍ତ ମାତ୍ର ୬ ଜଣଙ୍କୁ ଗିରଫ କରାଯିବାକୁ ନେଇ ତେଜିଛି ରାଜନୀତି।
କଂଗ୍ରେସ କାଲି ବରଗଡ଼ ଏସପି ଅଫିସ ଆଗରେ ପ୍ରତିବାଦ କରିବା ପରେ ଆଜି ବିଜେପି ବିରାଟ ଶୋଭାଯାତ୍ରା କରି ଏସପି ଅଫିସ ଘେରିଛି। ଦଳ ଅଭିଯୋଗ କରିଛି, ନିଶା କାରବାର ଅଭିଯୋଗକୁ ନେଇ ପୋଲିସର ରେଡ୍ ଆଉ ପିକନିକ୍ ସ୍ଥଳରେ ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତି ସ୍ପଷ୍ଟ କରୁଛି, ତାଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ହୋଇଛି।
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ବରଗଡ଼ରେ ବିଜେଡି ବନାମ ପୋଲିସ । ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ଆଟାକ୍ ଆଉ କାଉଣ୍ଟର ଆଟାକ୍। ପୋଲିସ ବିରୋଧରେ ବିଧାୟକ ସୁଶାନ୍ତ ସିଂଙ୍କ ସାଂଘାତିକ ଅଭିଯୋଗ। ପୁଣି ଗିରଫ ନ କରିବାକୁ ବିଜେଡି ନେତାଙ୍କ ଖୋଲା ଧମକ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି ।
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। ନୂଆ ଭୋଟର, ବିଶେଷ କରି ସହରୀ ଶିକ୍ଷିତ ସଚେତନ ଭୋଟରଙ୍କୁ କେମିତି ନିଜ ପାଖରେ ରଖିବ ସେଥିପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି..
ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି।
ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର । କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ ।
ନିର୍ବାଚନ ପ୍ରଚାର ବେଳେ ମାଓବାଦୀମାନେ ବିଜେପି ନେତା ରତନ ଦୁବେଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଚାର କରୁଥିବା ବେଳେ ନାରାୟଣପୁର ଜିଲ୍ଲାର କୌଶଲ ନଗରରେ ତାଙ୍କୁ ମାଓବାଦୀମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୋଲିସ କହିଛି।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି ।
ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ।
ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର ।
ପୂରା ଶାସନ ବ୍ୟବସ୍ଥାକୁ ପାଣ୍ଡିଆନ୍ କରିଛନ୍ତି ହାଇଜାକ୍-ଅପରାଜିତା । ଅଣଓଡ଼ିଆଙ୍କୁ ଶାସନ ଗାଦିରେ ବସାଇ ଦିଆଯିବନି- କଂଗ୍ରେସ ।
ପାଣ୍ଡିଆନ୍ଙ୍କ ଗୁଣଗାନରେ ମାତିଛନ୍ତି ବିଜେଡି ନେତା । ଟିକେଟ୍ କଟିବାର ଭୟ ଘାରିଛି ।
ଦାୟିତ୍ୱ ଗ୍ରହଣ ପୂର୍ବରୁ ଗତକାଲି ନୂଆ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ନୂଆ ସାମ୍ବିଧାନିକ ଦାୟିତ୍ୱ ତାଙ୍କ ପାଇଁ ଏକ ଗୁରୁଦାୟିତ୍ୱ ।
କାଲି କଟକରେ ପିସିସି ସଭାପତି- ମୋକିମ୍ଙ୍କମଧ୍ୟରେ ହୋଇଥିଲା ଭେଟ।
ଲୋକଙ୍କ ଆବଶ୍ୟକତା କ’ଣ ଅଛି ତାହା ନଜାଣି ସିଧାସଳଖ ଭାବେ ତୃତୀୟ ମହଲା ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି ବିଜେପି ।
ପାଣ୍ଡିଆନ୍ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।