Advertisment

ଆମ ଓଡ଼ିଶା, ନବୀନ ଓଡ଼ିଶା’ ପରେ ‘ଲକ୍ଷ୍ମୀ’ ବସ୍, ଉଭୟରେ ଶଙ୍ଖଚିହ୍ନର ବ୍ୟବହାରକୁ ନେଇ ବିବାଦ

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।

author-image
Santosh Kumar Sahoo
undefined

Laxmi Bus

ସରକାରୀ ସ୍କିମରେ ବିଜେଡି ଚିହ୍ନକୁ ନେଇ ବଢୁଛି ବିବାଦ। ପ୍ରଥମେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ ଆଉ ଏବେ ‘ଲକ୍ଷ୍ମୀ’ ବସ୍ ଯୋଜନାରେ ଶଙ୍ଖ ଚିହ୍ନ। ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ପ୍ରଶାସନିକ ଅଧିକାରୀମାନେ ଦଳୀୟ ଭିତ୍ତିରେ କାମ କରୁଥିବା ପ୍ରମାଣିତ ହୋଇଛି ବୋଲି ବିଜେପି କହିଥିବା ବେଳେ ସରକାରୀ ସ୍କିମ୍ ଆଳରେ ବିଜେଡିର ପ୍ରଚାର କହି ଗର୍ଜିଛି କଂଗ୍ରେସ। ଏସବୁ ବାଦ ବିବାଦ ଭିତରେ ଆଜି ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ କରିବା ସହ ଆଗକୁ ରାଜ୍ୟବ୍ୟାପୀ ହଜାରେ ବସ୍ ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍। ଏ ଚିତ୍ର ଆଜିର। ଏଭଳି ଢଙ୍ଗରେ ମାଲକାନଗିରିରୁ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାର ୧୧୧ଟି ପଞ୍ଚାୟତକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବାର ଲକ୍ଷ୍ୟ ନେଇ ଆଜି ୩୬ଟି ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି।

ଆଉ ତା’ସହ ମାଲକାନଗିରି ଷ୍ଟାଡ଼ିୟମରୁ ୨ କିଲୋମିଟର ଦୂର ବିଏସଏଫ୍ କ୍ୟାମ୍ପ ଯାଏଁ ବସରେ ବସି ଏଭଳି ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ’ ବସ୍ ସେବା। ଆଗକୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଗଡ଼ିବ ‘ଲକ୍ଷ୍ମୀ’ ବସ୍। ପଞ୍ଚାୟତକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବାର ଲକ୍ଷ୍ୟ ନେଇ ଓ ଗାଁ ଗାଁରେ ସମୃଦ୍ଧି ସହ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ତେବେ ୩ ଦିନରେ ଲଞ୍ଚ ହୋଇଥିବା ତିନି ତିନିଟି ସରକାରୀ ସ୍କିମ୍ ମଧ୍ୟରୁ ୨ଟିରେ ବିଜେଡିର ଶଙ୍ଖ ଚିହ୍ନକୁ ନେଇ ଦେଖାଦେଇଛି ରାଜନୈତିକ ବିବାଦ। ଏ ହେଉଛି, ଆମ ଓଡ଼ିଶା, ନବୀନ ଓଡ଼ିଶାର ପୋଷ୍ଟର, ଯେଉଁଥିରେ ରହିଛି ବିଜେଡି ଲୋଗୋ। ଆଉ ଏ ହେଉଛି ‘ଲକ୍ଷ୍ମୀ’ ବସ୍ ଯୋଜନାର ପୋଷ୍ଟର। ଏଥିରେ ଶଙ୍ଖ ଫୁଙ୍କୁଛନ୍ତି ୨ ମହିଳା। ସରକାରୀ ସ୍କିମରେ ଏଭଳି ବିଜେଡ଼ି ଲୋଗୋକୁ ନେଇ ବିରୋଧୀ କିନ୍ତୁ ଖଡ୍ଗଗହସ୍ତ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କହିଛନ୍ତି ବିଜେଡି ଓ ରାଜ୍ୟ ସରକାର ଏକ୍ ହୋଇଯାଇଛନ୍ତି। ପିଅନଠୁ IAS ଅଫିସର ଯାଏଁ ଦଳୀୟ ଭିତ୍ତିରେ କାମ କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମୁହଁ ବଢ଼ିଯାଉଛି। ସେପଟେ ମାଲକାନଗିରିରେ ବି ଗର୍ଜିଛି ଜିଲ୍ଲା କଂଗ୍ରେସ। ମୁହଁରେ କଳାପଟି ବାନ୍ଧି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି। ତା’ସହ ପୂର୍ବର ବିଜୁ ଗାଁ ଗାଡ଼ି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିବାବେଳେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି।

ଗ୍ରାମାଂଚଳ ଭୋଟ୍ ନେବାକୁ ଏହା ଶାସକ ବିଜେଡିର ଫନ୍ଦି ହେଉ କିମ୍ବା ରାଜ୍ୟ ସରକାରଙ୍କ ଥୋପ। ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଏଭଳି ମାଳ ମାଳ ସରକାରୀ ଯୋଜନା ଶୀତଳ ଭଣ୍ଡାରକୁ ଯାଇଥିବାବେଳେ କ’ଣ ହେବ ‘ଲକ୍ଷ୍ମୀ’ ବସ୍ ଯୋଜନାର ଭାଗ୍ୟ, ତାକୁ ଅପେକ୍ଷା।

Odisha Naveen Patnaik BJD BJP
Advertisment
Advertisment