• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ । ଏକଥା ଆଉ କେହି ନୁହନ୍ତି, କହୁ କହୁ କହି ଦେଇଛନ୍ତି ଖୋଦ୍ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ତାହା ପୁଣି ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ସରକାରୀ କାର୍ଯ୍ୟକ୍ରମରେ । ବିଧାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ କଟକ ଜିଲ୍ଲା ବଡ଼ମ୍ବା କଚେରୀ ପଡ଼ିଆରେ ଗତକାଲି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହେଉଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ସଚିବ ଭି.କେ.ପାଣ୍ଡିଆନ୍ ଭିଡିଓ କନଫରେସନ୍ସିରେ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମରେ ଭାଗବତ ଟୁଙ୍ଗି, ସାଂସ୍କୃତିକ କ୍ଲବ, ପର୍ଯ୍ୟଟନ ସ୍ଥଳୀର ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଅର୍ଥ ରାଶି ଘୋଷଣା କରିଥିଲେ ।

ଆଉ ଏହା ପରେ ସେଠାରେ ସମବେତ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ 5T ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ-ଶ୍ରୀଯୁକ୍ତ ପାଣ୍ଡିଆନ ଯିଏ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ କହି ସମ୍ବୋଧନ କରିଥିଲେ ଦେବୀ ମିଶ୍ର । ଯାହାକି ସଭାସ୍ଥଳୀରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା ବେଳେ ଏହାର ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓ ଉପରେ ବିଜେଡି ନେତା ଦେବୀ ମିଶ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି । ସେ କହିଛନ୍ତି ସେ ସୁସ୍ଥ ମସ୍ତିଷ୍କର ମଣିଷ । ତାଙ୍କ କଥାକୁ କଦର୍ଥ କରାଯାଉଛି । ସେପଟେ ଦେବୀ ମିଶ୍ରଙ୍କ ଏହି ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ବିରୋଧୀ ଟାର୍ଗେଟ କରି କହିଛନ୍ତି ଯେ କେବଳ ଦେବୀ ମିଶ୍ର ବିଜେଡିର ଏକମାତ୍ର ନେତା ନୁହନ୍ତି ପୂର୍ବରୁ ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିଲେ । ଗତ ମେ ମାସ ୩୧ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାକୁ ଉଦବୋଧନ ବେଳେ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ସାଂସଦ ପ୍ରମିଳା ।

ସେବେ ପ୍ରମିଳା ଆଉ ଏବେ ଦେବୀ ମିଶ୍ର । ଏଠି ପ୍ରଶ୍ନ ଉଠିଛି, ବିଜେଡିର ସାଂସଦ ବିଧାୟକଙ୍କ ତୁଣ୍ଡରେ ଭୁଲରେ ମୁଖ୍ୟମନ୍ତ୍ରୀ ଭାବେ ପାଣ୍ଡିଆନ୍‌ଙ୍କ ନାଁ ପଶିଯାଉଛି, ନା ଜାଣିଶୁଣି ଏପରି କୁହାଯାଉଛି । ତେବେ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ଭାବେ ପାଣ୍ଡିଆନଙ୍କ ନାଁ ତୁଣ୍ଡରୁ ବାହାରି ଯାଇଥିଲେ ବି ନନଷ୍ଟପ୍ ଭାଷଣ ଦେଇ ଚାଲିଥିଲେ, ତ୍ରୁଟିକୁ ସଂଶୋଧନ ବି କରି ନଥିଲେ ଦେବୀ ମିଶ୍ର । ଯାହା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି ।

ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ ଏଭଳି କହିଥାଇପାରନ୍ତି । ଦଳର ଉପସଭାପତି ଏଭଳି କହିବା ଲଜ୍ଜାଜନକ ।