/odishatv-khabar/media/post_attachments/uploadimage/library/16_9/16_9_0/BJP_1698475936.jpg)
BJP
ଅମୃତ କଳସ ଧରି ଦିଲ୍ଲୀ ବାହାରିଲେ ବିଜେପି କାର୍ଯ୍ୟକର୍ତ୍ତା। ୩୧୪ ବ୍ଲକରୁ ୩୧୪ ଅମୃତ କଳସ ଧରି ବିଜେପିର ୬୩୦ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରୁ ମାଷ୍ଟର କ୍ୟାନ୍ତିନ ଯାଏଁ ଶୋଭାଯାତ୍ରା କରି ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯିବେ। ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅମୃତ କଳସ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଛନ୍ତି।
Advertisment
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାଜ୍ୟ ସବୁ ବ୍ଲକ ଏବଂ ପଞ୍ଚାୟତରେ ମାଟି ସଂଗ୍ରହ କରିଥିଲା ଦଳ। ଦେଶ ପାଇଁ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ଉଦ୍ଦେସ୍ୟରେ ଅମୃତ କଳସ ଯାତ୍ରା ଏକ ପବିତ୍ର ଶ୍ରଦ୍ଧାଞ୍ଜଳି। ସେମାନଙ୍କୁ ସମ୍ମାନ ଜଣାଇ ମୋ ମାଟି ମୋ ଦେଶ ଅଭିଯାନ ଆୟୋଜିତ ହୋଇଥିଲା। ଏ ଅଭିଯାନରେ ବୀରମାନଙ୍କ ଜନ୍ମସ୍ଥାନରୁ ମାଟି ସଂଗ୍ରହ କରାଯାଇଥିଲା। ଆସନ୍ତା ୧ ତାରିଖରେ ଏହି ମାଟିରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ‘ଅମୃତ ବାଟିକା’ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)