/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698302543.jpg)
Prithviraj Harichandan
ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଲୋକଙ୍କ ଆବଶ୍ୟକତା କ’ଣ ଅଛି ତାହା ନଜାଣି ସିଧାସଳଖ ଭାବେ ତୃତୀୟ ମହଲା ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି ବିଜେପି । ଏଭଳି ପ୍ରକ୍ରିୟାକୁ ବିରୋଧ କରିବା ସହ ଚିଲିକା ନିର୍ବାଚନ ମଣ୍ଡଳୀରେ ଏହାକୁ ବୟକଟ୍ କରାଯିବ ବୋଲି ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
Advertisment
ସରକାର ଯେତେବେଳେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ଆରମ୍ଭ କଲେ ସେତେବେଳେ ଚିଲିକା ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟମାନେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ଏବେ ସରକାର ସେମାନଙ୍କୁ ଅଣଦେଖା କରୁଥିବା ପୃଥ୍ୱୀରାଜ ଅଭିଯୋଗ କରିଛନ୍ତି ।
ସେହିପରି ସରକାରୀ ଅଧିକାରୀମାନେ ଏଠି ବିଜୁ ଜନତା ଦଳର ବ୍ଲକ ସଭାପତି ଭଳି କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ତେବେ ଏ ନେଇ ବିଜେଡି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)