/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699960877.jpg)
BJP Protest Infront of BMC Office
ବିଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କଲା ବିଜେପି । ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ଯାଏଁ ଯାଇଥିଲା । ସେଠାରେ ବିଏମସି ଅଫିସ ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ଦଳ ।
Advertisment
ସେପଟେ ବିଜେପିର ପ୍ରତିବାଦକୁ ସମାଲୋଚନା କରିଛନ୍ତି, ବିଏମସି ମେୟର । ସେ କହିଛନ୍ତି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ, ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି । ଅଳିଆ ପ୍ରକ୍ରିୟାକରଣ ଜୋରସୋରରେ ଚାଲୁଛି । ୨ ମାସ ମଧ୍ୟରେ ସବୁ ଅଳିଆ ଖାଲି ହୋଇଯିବ । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)