କଂଗ୍ରେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଚେଲ୍ଲା କୁମାରଙ୍କ ନୂଆ ଫର୍ମୁଲା। କେବଳ ଦଳୀୟ ନେତା ନୁହଁନ୍ତି ଦଳ ବାହାରୁ ମଧ୍ୟ ବରିଷ୍ଠ ନେତାଙ୍କର ଫିଡବ୍ୟାକ ନେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ।
ନିର୍ବାଚନ ପ୍ରଚାର ସମୟରେ ନିରଞ୍ଜନ ବାବୁ ଥିଲେ କେଉଁଠି? ଜଟଣୀକୁ ପ୍ରଚାର ପାଇଁ କିଏ ଆସିଛି? ଏତେ ଭଦ୍ର ଦେଖେଇ ହେଉଛ...ନିରଞ୍ଜନ ବାବୁଙ୍କୁ ଇସ୍ତଫା ଦେବା ପାଇଁ କାହିଁକି କହୁଛ? ମୋ ଛାତି ଚିରିଲେ କେବଳ କଂଗ୍ରେସ। ମତେ ନୋଟିସ୍ ଦେଇ ବିରାଟ ଭୁଲ କରିଦେଇଛି।
ଇଲୋ ବୋଉ ସୁର ଭାଇ କଣ ଏଡ଼େ ଜୋରରେ ଖଣ୍ଡା ବୁଲାଉଛନ୍ତି। ଜୟନାରାୟଣ ବାବୁ ୟାଙ୍କ ସାମ୍ନାରେ ଫିକା ପଡ଼ିଯିବେ। ଖେଳ ପୂରା ଶହେ ଶହେରେ...ନୋଟିସ୍ର ଜବାବ କଣ ଖଣ୍ଡାରେ ଦେଲେ କି ସୁର ଭାଇ? ଭାଇ ଇଏ କଣ ଚଣ୍ଡା ଶୋକର ଆତ୍ମ କି?
ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀରେ ପହଞ୍ଚିଛି ରାଜ୍ୟ କଳି । ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ବିଭିନ୍ନ ଗୋଷ୍ଠୀ ଲବି ଆରମ୍ଭ କରିଛନ୍ତି ।
୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ?
ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖଣ୍ଡା ବୁଲାଇ ଥିବା ଦେଖିବାକୁ ମିଳିଛି।
କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି ସୁର ।
ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।
ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ହେବା ଦରକାର, ଦଳରେ ସାମିଲ୍ ହେବାକୁ ସୋନିଆ ଗାନ୍ଧି ପ୍ରସ୍ତାବ ଦେଇଥିଲେ
କଂଗ୍ରେସ ପାଇଁ କମର କସିବେ ପିକେ। ସୋନିଆ ଗାନ୍ଧିଙ୍କ ସହ ଅନ୍ତିମ ପର୍ଯ୍ୟାୟ ଭେଟଘାଟ ପରେ ବଡ଼ ନିଷ୍ପତ୍ତି। ଅଣ-ଗାନ୍ଧୀ ନେତାଙ୍କୁ କାର୍ଯ୍ୟକାରୀ ସଭାପତି କରିବାକୁ ପିକେଙ୍କ ପରାମର୍ଶ।
କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ଗୁଜରାଟ ପାଲନପୁର ସର୍କିଟ ହାଉସରୁ ତାଙ୍କୁ ଗିରଫ କଲା ଆସାମ ପୋଲିସ ।
ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି । ହେଲେ ପଶ୍ଚିମ କି ଉପକୂଳରେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼। ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ।
ଶେଷରେ ପଦ ଛାଡିଲେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା । ଈଶ୍ୱରପ୍ପାଙ୍କ ଇସ୍ତଫା ଯଥେଷ୍ଟ ନୁହେଁ, ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ମଂଚରେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ । ହେଲେ ସେହି ବିଭାଗ ଛାପିଥିବା ନିମନ୍ତ୍ରଣ ପତ୍ରରେ କେମିତି ସାମିଲ ହେଲାନି ସାଂସଦ ଅପରାଜିତାଙ୍କ ନାଁ, ସେ ନେଇ କେହି ମୁହଁ ଖୋଲିବାକୁ ନାରାଜ୍ ।
ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ ।
ଇଡି କବ୍ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
CMC : ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସ ବୟକଟ୍ କରିଛନ୍ତି ।
ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି।
୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ ।
ଭବିଷ୍ୟତ କିଏ ଦେଖିଛି? ମତେ ବିଜେଡ଼ି-ବିଜେପି ଉଭୟ ଡାକିପାରନ୍ତି...ଲୋକଙ୍କ ଭରସା ଅଛି, ଯାହା ଦରକାର ପଡ଼ିବ ମୁଁ କିରିବି...ଶୁଣନ୍ତୁ କଣ କହୁଛନ୍ତି ବାପି ବାବୁ?
ଉଭୟ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅନୁପ ସାଏଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।
ନିର୍ବାଚନ ସମୟରେ ଚେୟାରମ୍ୟାନ ପ୍ରାର୍ଥୀ ଜି.ଶ୍ରୀନିବାସ ମ୍ୟୁନିସପାଲଟିରେ ବିଭିନ୍ନ ସାହିରେ ୧୦ଟି ନଳକୂପ କରିବା ପାଇଁ ଦେଇଥିଲେ ପ୍ରତିଶ୍ରୁତି । କିନ୍ତୁ ବିଜୟୀ ନହେଲେ ମଧ୍ୟ ଜି.ଶ୍ରୀନିବାସ ନିଜର ପ୍ରତିଶ୍ରୁତି ପାଳନ କରି ଆରମ୍ଭ କରିଛନ୍ତି ନଳକୂପ ଖନନ
ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଂଗ୍ରେସର ବିରୋଧ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ଅଭିଯୋଗ ଥିବାରୁ ସେ ଆସି ଗୃହରେ ଉତ୍ତର ରଖିବାରୁ କଂଗ୍ରେସ ବିରୋଧ ପ୍ରଦର୍ଶନ ସହ ହଟ୍ଟଗୋଳ କରିଛି।
ଓଡ଼ିଶାରେ ସଂଗଠନ ସୁଦୃଢ କରିବାକୁ କଂଗ୍ରେସର ବ୍ଲୁ ପ୍ରିଣ୍ଟ୍ । ସଦସ୍ୟତା ସଂଗ୍ରହ ଅଭିଯାନକୁ ଜୋରଦାର କରିବା ପାଇଁ କଂଗ୍ରେସର ପ୍ରୟାସ । ଅଫ୍ଲାଇନ୍ ସହ ଏଣିକି ଅନ୍ଲାଇନରେ ବି ସଦସ୍ୟତା ସଂଗ୍ରହ କରାଯିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣାକୁ ଓହ୍ଲାଇବ କଂଗ୍ରେସ । ତେବେ ୨ ଏପ୍ରିଲରୁ ୪ ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ପ୍ରଦର୍ଶନ ଓ ୭ ଏପ୍ରିଲରେ ଭୁବନେଶ୍ୱରରେ ପ୍ରତିବାଦ କରିବ ଦଳ ।