କଂଗ୍ରେସ ରାଜ୍ୟସଭା କନ୍ଦଳ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ତେଜିଲା ବିବାଦ ।
ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିବଲ
ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ।
କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ।
ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି (AICC) ।
କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ପେଟ୍ରୋଲ, ଡିଜେଲ୍ ଉପରୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିବାପରେ ଆଜିଠୁ କମିଛି ତେଲ ଦର। ସେପଟେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବାପରେ ରାଜ୍ୟ ସରକାର ମଧ୍ୟ ଟ୍ୟାକ୍ସ୍ କମାଇବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ
ଭୁବନେଶ୍ୱର ସିଆରପି ଛକରେ ଗୁଳିକାଣ୍ଡ...ଗୁଳିକାଣ୍ଡରେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା ଅଳ୍ପକେ ବର୍ତ୍ତିଛନ୍ତି ।
କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍ଙ୍କ ଅଫିସ ଓ ଘରେ CBI ରେଡ୍ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା ଅଫିସ୍ ଓ ଘରେ ରେଡ୍ । ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହେଉଥିବା ଜଣାପଡ଼ିଛି ।
ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ?
ଉଦୟପୁର ଶିବିରରୁ ଫେରିବା ପରେ ଦଳର ସମ୍ଭାବନାକୁ ନେଇ ଆଶାବାଦୀ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।
ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।
ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମେ ଆଜି ବିଜେଡି ପକ୍ଷରୁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘଷଣା କରାଯାଇଥିଲା ।
ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।
ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା
ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ।
ରଙ୍ଗାରଙ୍ଗ୍ ଲାଇଟ୍... ହାଇ ଭଲ୍ୟୁମ୍ ମ୍ୟୁଜିକ୍... ପୂରାପୂରି ପାର୍ଟି ମୁଡ୍... କାଠମାଣ୍ଡୁର ଏକ ନାଇଟ କ୍ଲବରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ତେବେ କଂଗ୍ରେସ ପାର୍ଟି
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ୟକ୍ତିଗତ କାମ ପାଇଁ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି । ତେବେ ତାଙ୍କର ନେପାଳ ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ଥିବା ନଜର ଆସିଛନ୍ତି ।
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି।
ଇଲୋ ହେଇଲୋ...ଶ୍ରୀକ୍ଷେତ୍ରରେ କଣ ଏକା ଏକା ବୁଲୁଛନ୍ତି ନରସିଂହ? କିଲୋ ଦଳ ତାଙ୍କୁ ଛାଡ଼ିଲା ନା ସିଏ ଦଳକୁ ଛାଡ଼ିଦେଲେ? ଆରେ ନାଇଁରେ ଧନ କେହି କାହାକୁ ଛାଡ଼ିନାହାନ୍ତି...ସିଏ ପା ଜଗା ଦର୍ଶନରେ ପୁରୀ ଗସ୍ତ କରିଛନ୍ତି
ଅଭୟଚାନ୍ଦପୁର ଥାନା ଘଟଣା ସହ ପୁରାୀ ବାସେଳି ସାହି ଥାନା ଘଟଣାକୁ ଯୋଡ଼ିଛି କଂଗ୍ରେସ।