• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା । ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ । ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼ ।

ଆସୁଛନ୍ତି ପିଏମ୍ ମୋଦି । ସେଇଥି ପାଇଁ ସାଜସଜା । ରାଜଧାନୀ ସାରା ଛାଇଗଲାଣି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହଙ୍କ କଟ୍ ଆଉଟ୍ । ଏୟାରପୋର୍ଟ ନିକଟରେ ଛିଡ଼ା ହୋଇଛି ମୋଦିଙ୍କ ବିଶାଳ କଟଆଉଟ୍ । କାଲି ଅପରାହଣରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଥମେ ଏହି ମଞ୍ଚରୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏଣେ ପିଏମ୍‌ଙ୍କ ଗସ୍ତ ପୂର୍ବରୁ ସରିଛି କାରକେଡ୍ ରିହରସାଲ୍ ।

ଏୟାରପୋର୍ଟରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯାଇଥିଲା କାରକେଡ୍ । ଦ୍ୱିତୀୟ ଥର ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସୁଛନ୍ତି ମୋଦି । ଆସନ୍ତାକାଲି ସଂଧ୍ୟାରେ ଏଠାରେ ପ୍ରାୟ ୨ ଘଣ୍ଟା ରହିବେ । ପଦାଧିକାରୀ ଓ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ । ଫୋକସରେ ରହିବ ସରକାର ଓ ସଂଗଠନ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ପୋଲିସ ମୁଖିଆମାନଙ୍କ ମାନସ ମନ୍ଥନ, ପନ୍ନୁର ଧମକ ପରେ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ

ନୂଆ କରି ସତ୍ତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତାର ସମୀକ୍ଷା କରିବେ ଖୋଦ୍ ମୋଦି । ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ ଠାରୁ ରିପୋର୍ଟ କାର୍ଡ ନେବେ । ସେପଟେ ମନ୍ତ୍ରିମଣ୍ଡଳରେ ଆହୁରି ୬ଟି ପଦ ଖାଲି ପଡିଛି । ଚର୍ଚ୍ଚା ହେଉଛି ମୋଦିଙ୍କ ସମୀକ୍ଷା ପରେ ସରକାରୀ ସ୍ତରରେ ବଡ଼ ନିଷ୍ପତ୍ତି ନିଆଯାଇପାରେ । ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ କେତେଦୂର ପୂରଣ କରିବାରେ ସଫଳ ହୋଇଛନ୍ତି ମୋହନ ସରକାର ।

ଗ୍ରାଉଣ୍ଡ ଜିରୋରେ କେତେ ପହଞ୍ଚିଛି ଡବଲ୍ ଇଞ୍ଜିନ୍ ସରକାରର ଉପଲବ୍ଧି । ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ଓ ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ରୋଡ୍ ମ୍ୟାପ୍ ବି ପରଖିବେ ମୋଦି । ଖାଲି ସେତିକି ନୁହଁ, ଆଗାମୀ ୨୫ ବର୍ଷ ଯାଏ ସତ୍ତାରେ ରହିବାକୁ ସଂଗଠନର ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟ କାର୍ଯ୍ୟାଳୟରେ ମୋଦି ରାଜ୍ୟ ବିଜେପି ସଂଗଠନକୁ ନେଇ ବି ସମୀକ୍ଷା କରିବେ ।

ସରକାରକୁ ଆସିବା ପରେ ମୋଦିଙ୍କ ଗୁରୁତ୍ୱ ରହିବ ଓଡିଶା ସଂଗଠନ ଉପରେ । କାରଣ ସଂଗଠନ ଏତେ ସୁଦୃଢ ନଥାଇ ବି କ୍ଷମତାକୁ ଆସିଛି ଦଳ । ଏବେ କ୍ଷମତାକୁ ଆସିବା ପରେ, ସଂଗଠନ କିପରି ସବୁଠୁ ଦୃଢ଼ ହେବ ତାକୁ ଗୁରୁତ୍ୱ ଦେଉଛି କେନ୍ଦ୍ରୀୟ କମିଟି । ଏହି କ୍ରମରେ ମୋଦି ମୋ ବୁଥ୍ ସବୁଠୁ ମଜଭୁତ, ବୁଥ୍‌କୁ ଚାଲ, ସଭ୍ୟ ସଂଗ୍ରହ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ର ଦେଇପାରନ୍ତି ।

ଚଳିତ ଥର କୋଟିଏ ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦିଆଯାଇଛି । ସେନେଇ ମଧ୍ୟ ଆଲୋଚନା କରିବେ । ୨୪ ବର୍ଷର ନବୀନ ସରକାରକୁ ହଟାଇ କ୍ଷମତାକୁ ଆସିଛି ଦଳ । ଏବେ ଦେଖିବାର କଥା ମୋଦିଙ୍କ ସମୀକ୍ଷା ପରେ ବିଜେପି ସରକାରୀ ଓ ସାଂଗଠନିକ ସ୍ତରରେ ଆଉ କି ପରିବର୍ତ୍ତନ ଆଣି ଦଳକୁ ମଜଭୁତ କରୁଛି ।

ଅଧିକ ପଢ଼ନ୍ତୁ: ଟିକସ ଫାଙ୍କିଥିବା ଅଭିଯୋଗରେ ଶିଳ୍ପପତି ଜୁଲିଆ ପଟ୍ଟନାୟକଙ୍କ ଅଫିସ୍‌ରେ ରେଡ୍

OTV is now on Whatsapp

Join and get latest news update delivered to you via whatsapp

Join Now