• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

CMC ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବୟକଟ୍ । ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ବିଜେପି ଓ କଂଗ୍ରେସ କାଉନସିଲର । ଆଜି ସିଏମସି ଡେପୁଟି ମେୟର ନିର୍ବାଚନ ହେଉଥିବା ବେଳେ କଟକ ଶହୀଦ ଭବନରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

ଡେପୁଟି ମେୟର ପ୍ରାର୍ଥୀ ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ । ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ଭୋଟିଂ ଆରମ୍ଭ ହେବ । ତେବେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ବିଜେପି ଓ କଂଗ୍ରେସ କାଉନସିଲରମାନେ ଚାଲିଯାଇଛନ୍ତି ।

ସେପଟେ ଆଜି ରାଜ୍ୟର ୧୦୫ ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ୧୦୫ ପୌରାଞ୍ଚଳରେ ରହିଛି ୫୮ଟି ଏନ୍ଏସି ଓ ୪୭ଟି ମ୍ୟୁନସିପାଲଟି । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ ।

ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ହେବ ଭୋଟ । ୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ହଟିବେ । ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରି ଜରିଆରେ ଫଇସଲା ହେବ । ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ନିଜ ଭୋଟ୍ ଦେଖାଇବେ ।

ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ଦଖଲ କରି ଦବଦବା ବଜାୟ ରଖିବାକୁ ବିଜେଡି ଲକ୍ଷ୍ୟ ରଖିଛି । ରାଜ୍ୟର ୧୫ଟି ପୌର ପରିଷଦରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ । ତଥାପି ଯେଉଁ ସବୁ ସ୍ଥାନରେ ମ୍ୟାଜିକ ନମ୍ବର ପାଇଁ ଅଳ୍ପ କାଉନସିଲରଙ୍କ ଦରକାର ହେଉଛି, ସେଠାରେ ଉପାଧ୍ୟକ୍ଷ ପଦ ହାତେଇବାକୁ କଳ ବଳ କୌଶଳ ସବୁ କିଛି ଲଗାଇ ଦେଇଛି ବିଜେଡି । ଏଥିପାଇଁ କେତେକ ସ୍ଥାନରେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି ।