Advertisment

କଂଗ୍ରେସରେ ତେଜିଲା ସୁର-ନିରଞ୍ଜନ କଳି

୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ?

author-image
Chandan Shishu
undefined

Congress Controversy

ସୁର ବନାମ ନିରଞ୍ଜନ। କାଲି ସୋ-କଜ୍ ମାଗିଥିଲେ ନିରଞ୍ଜନ। ଆଉ ଆଜି ସାଂଘାତିକ ଉତ୍ତର ଦେଲେ ସୁର। ଇଏ ସେହି ସମୟର ଦୃଶ୍ୟ ହାତରେ ଲଫାଫା ଧରି ସିଧା ରାଜ୍ୟ କଂଗ୍ରେସ ଭବନ ଯାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ବାଟରେ ପିସିସି ପ୍ରବକ୍ତାଙ୍କୁ ଭେଟି ସଭାପତିଙ୍କ ଉଦ୍ଦେଶ୍ୟରେ ଦେଇଥିଲେ ଚିଠି। ଯାହାର ନକଲ ଓଟିଭି ହାତରେ ଲାଗିଛି ଲିଖିତ ଚିଠିରେ ନିରଞ୍ଜନଙ୍କୁ ସୁର ପଚାରିଛନ୍ତି- ପୂର୍ବରୁ ଅନେକ ସମୟରେ ବହୁ ତୁଙ୍ଗ ନେତା ପିସିସି ପରିବର୍ତ୍ତନ, ବିରୋଧୀଦଳ ନେତା ପରିବର୍ତ୍ତନ ଓ ଦଳୀୟ ଟିକଟ ବଣ୍ଟନରେ ହେରାଫେରି ଉପରେ ବିବୃତ୍ତି ରଖିଛନ୍ତି, ତେବେ ଏହା କଣ ଦଳର କ୍ଷତି ପହଞ୍ଚାଏ କି ?

Advertisment

ସେମିତି ୨୦୧୯ ନିର୍ବାଚନର ଟିକେଟବଣ୍ଟା ଓ ଫଳାଫଳ ଉପରେ ଯେଉଁମାନେ ବିବୃତ୍ତି ଦେଇଥିଲେ ତାହା ଦଳର ଗାରିମା ବଢ଼ାଇଛି କି ? ଏଥିସହ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କେଉଁ ନେତା କେତେ ପ୍ରଚାର କରିଛନ୍ତି ତାର ବି ହିସାବ ମାଗିଛନ୍ତି। ସୁର କହିଛନ୍ତି-ଦୀର୍ଘ ୫୦ବର୍ଷ ହେଲା ମୁଁ କଂଗ୍ରେସ ଦଳରେ ଶୃଙ୍ଖଳିତ ସଭ୍ୟ ଭାବେ କାମ କରୁଛି, ହେଲେ ମୋର ଅନ୍ୟ ନେତାଙ୍କ ପରି ନଟରପଟର ଧନ୍ଦା ନାହିଁ। ଏମିତିକି ପୂର୍ବରୁ ଖୋଦ୍ ନିରଞ୍ଜନ ଓ ଜୟଦେବ ଜେନା ମଧ୍ୟ ନବୀନଙ୍କ ନିୟନ୍ତ୍ରଣରେ ପ୍ରଦେଶ କଂଗ୍ରେସ ଥିବା କଥା କହିଥିଲେ ବି ତାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ସୁର।

ତେଣେ ଏ ନେଇ ନିରଞ୍ଜନ ପ୍ରତିକ୍ରିୟା ରଖି କହିଛନ୍ତି- ପୂର୍ବରୁ ସେ ଏଭଳି କିଛି କହିନାହାନ୍ତି କି ଜୟଦେବ କହିଥିବା କଥା ବି ଜାଣିନାହାନ୍ତି। ତେବେ ସୁରଙ୍କୁ କାହିଁକି ସୋ କଜ୍ ବୋଲି-ସାମ୍ବାଦିକଙ୍କ ପ୍ରଶ୍ନର ନିରଞ୍ଜନ କହିଥିଲେ ହନୁ ମଲାବେଳେ ସତ କହେ ଯାହକି ଏବେ ଭାରି ଚର୍ଚ୍ଚାରେ। ଗତ ୨୩ ତାରିଖ ଦିନ ବିଧାୟକ ସୁର ରାଉତରାୟ ଏକ ସାଂଘାତିକ ଅଭିଯୋଗ ରଖି କହିଥିଲେ ନବୀନଙ୍କ ଇଛାରେ ହିଁ ରାଜ୍ୟ କଂଗ୍ରେସର ମୁଖିଆ ବଦଳନ୍ତି ଓ ନିଯୁକ୍ତ ହୁଅନ୍ତି ଯାହାକୁ ନେଇ ସୃଷ୍ଟି ହୋଇଛି ହଇଚଇ।

Advertisment

ସେପଟେ ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନର ଜୋରଦାର ଚର୍ଚ୍ଚା ଭିତରେ, ଜାରି ରହିଛି ପିସିସିର ପରିବର୍ତ୍ତନ କସରତ ଆଜି ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ଜିଲ୍ଲାର ସଭାପତି ଓ ଅଫିସ୍ ବିୟରରଙ୍କ ସହ ଓ୍ୱାନ ଟୁ ଓ୍ୱାନ୍ ଆଲୋଚନା କରିଛନ୍ତି। ଆଜିର ମୁହାଁମୁହିଁ କଥାବାର୍ତ୍ତାବେଳେ ପକ୍ଷ ରଖି, କିଏ କହିଛି ନୂଆ ଚେହେରା ଦରକାର ତ କିଏ କହିଛି ପୁରୁଖାଙ୍କୁ ଦିଅ ଦାୟିତ୍ୱ। ପୁଣି କିଏ ଜଣେ ଷ୍ଟାଣ୍ଡିଂ ଏମଏଲ୍ଏଙ୍କୁ ପିସିସି ମୁଖିଆ କରାଯିବା ଦରକାର ବୋଲି ଜୋର ଦେଇଛି। 

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ବ୍ୟାପକ ଚର୍ଚ୍ଚା ବଦଳିବେ କି ରାଜ୍ୟ କଂଗ୍ରେସ ମୁଖିଆ ? ଯଦି ବଦଳନ୍ତି କିଏ ଧରିବେ ରାଜ୍ୟରେ ସର୍ବପୁରାତନ ଦଳର ମଙ୍ଗ ? ମେ ପ୍ରଥମ ସପ୍ତାହ ସୁଦ୍ଧା ଏ ନେଇ ସ୍ପଷ୍ଟ ଚିତ୍ର ଅାସିବ ବୋଲି କୁହାଯାଉଛି।

ରିପୋର୍ଟ: ଜଗଦୀଶ ଦାଶ

Congress Odisha Politics
Advertisment
Advertisment